୪ଲକ୍ଷ ଟଙ୍କାର ବ୍ୟାଗ ଚୋରି କଲା ମାଙ୍କଡ଼

୪ଲକ୍ଷ ଟଙ୍କାର ବ୍ୟାଗ ଚୋରି କଲା ମାଙ୍କଡ଼
୪ଲକ୍ଷ ଟଙ୍କାର ବ୍ୟାଗ ଚୋରି କଲା ମାଙ୍କଡ଼

ନୂଆଦିଲ୍ଲୀ, ଉତ୍ତରପ୍ରଦେଶର ସୀତାପୁରରେ ଏକ ମାଙ୍କଡ଼ ଟଙ୍କା ଚୋରି କରି ରେଜିଷ୍ଟ୍ରୀ କାର୍ଯ୍ୟାଳୟ ବାହାରେ କରେନ୍ସି ନୋଟ୍ ଫିଙ୍ଗିଥିବାର ଦେଖାଯାଇଥିଲା। ମାଙ୍କଡ଼ଟି ଜଣେ ବରିଷ୍ଠ ନାଗରିକଙ୍କଠାରୁ ୪ଲକ୍ଷ ଟଙ୍କା ଥିବା ବ୍ୟାଗ୍ ଛଡାଇ ନେଇଥିଲା। ପରେ ଗଛ ଉପରେ ଚଢିଯାଇ ପ୍ରାୟ ୧୦-୧୨ହଜାର ଟଙ୍କା ଉଡାଇଥିଲା। ଏହି ସମୟରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଜମାହୋଇ ମାଙ୍କଡ଼ଠାରୁ ବ୍ୟାଗ୍ ଛଡ଼ାଇବାକୁ ଉଦ୍ୟମ କରି ଶେଷରେ ସଫଳ ହୋଇଥିଲେ। ଘଟଣା ସମ୍ପର୍କରେ ସହରର କୋତୱାବି ଥାନାରେ ମାମଲା ରୁଜୁ ହୋଇଛି।