୪ ବର୍ଷର ଶିଶୁକୁ ଯୌନ ନିର୍ଯାତନା : ଜେଜେ, ଜେଜମାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

୪ ବର୍ଷର ଶିଶୁକୁ ଯୌନ ନିର୍ଯାତନା : ଜେଜେ, ଜେଜମାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ
୪ ବର୍ଷର ଶିଶୁକୁ ଯୌନ ନିର୍ଯାତନା : ଜେଜେ, ଜେଜମାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ମୁମ୍ବାଇ: ମହାରାଷ୍ଟ୍ରରେ ଜଣେ ୪ ବର୍ଷର ଶିଶୁକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ସ୍ଥାନୀୟ ପୋକସୋ ଅଦାଲତ ବୃଦ୍ଧ ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରତ୍ୟେକଙ୍କୁ ୧୦ ବର୍ଷ ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଦୋଷୀସାବ୍ୟସ୍ତ ହୋଇଥିବା ବୃଦ୍ଧ ଦମ୍ପତିଙ୍କ ବୟସ ୮୦ରୁ ଅଧିକ ବୋଲି ଜଣାପଡିଛି। ଏହା ୨୦୧୩ ସେପ୍ଟେମ୍ବର ୪ ତାରିଖର ଘଟଣା। ଶିଶୁକନ୍ୟାର ବୟାନ ମୁତାବକ ସେଦିନ ସ୍କୁଲରୁ ଫେରିବାପରେ ଟିଭିରେ କାର୍ଟୁନ ଦେଖି ଖାଦ୍ୟ ଖାଇଥିଲା। ଏହାପରେ ସେ ଉକ୍ତ ଆପାର୍ଟମେଣ୍ଟର ୪ର୍ଥ ମହଲାରେ ରହୁଥିବା ସାଙ୍ଗକୁ ଭେଟିବାକୁ ଯାଇଥିଲା। ତେବେ ସାଙ୍ଗଟି ଶୋଇଛି ବୋଲି ଜାଣିବାପରେ ଶିଶୁକନ୍ୟାଟି ଘରକୁ ଫେରିଆସୁଥିଲା।

ଏହି ସମୟରେ ସେହି ଆପାର୍ଟମେଣ୍ଟରେ ରହୁଥିବା ବୟସ୍କ ଦମ୍ପତି (ଯାହାଙ୍କୁ ସେ ଦାଦା-ଦାଦି ବୋଲି ସମ୍ବୋଧନ କରିଥାଏ) ତାକୁ ଘରକୁ ଡାକିଥିଲେ। ୮୧ ବର୍ଷୀୟା ବୃଦ୍ଧା ଶିଶୁଟିକୁ ଭିଡି ଧରିଥିବାବେଳେ ୮୭ ବର୍ଷ ବୟସ୍କ ବୃଦ୍ଧ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଶିଶୁଟି ପାଟି କରିବାରୁ ବୃଦ୍ଧଜଣକ ତାକୁ ଜୋରରେ ଚାପୁଡା ମାରିଥିଲେ। ଘରକୁ ଫେରିବାପରେ ଶିଶୁଟି ମାଆ ଆଗରେ ସବୁକଥା ବଖାଣିଥିଲା। ପରଦିନ ପିତାମାତା ପୁଲିସରେ ଅଭିଯୋଗ କରିବାପରେ ଶିଶୁର ଡାକ୍ତରୀ ମାଇନା ହେବାସହିତ ପୁଲିସ ବୃଦ୍ଧ ଦମ୍ପତିଙ୍କୁ ଗିରଫ କରିଥିଲା।