୪ ମାସ ପରେ ଆଜିଠୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବ ସତ୍କାର ପାଇଁ ମିଳିଲା ଅନୁମତି

outsider people may miscreant last rituals at puri swargdwar from today

୪ ମାସ ପରେ ଆଜିଠୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବ ସତ୍କାର ପାଇଁ ମିଳିଲା ଅନୁମତି

ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବ ସତ୍କାର ହୋଇ ପାରିବ, ଏନେଇ ଅନୁମତି ଦେଇଛନ୍ତି ସରକାର  । ପ୍ରାୟ ୪ ମାସ ପରେ କରୋନା କଟକଣା କୋହଳ ହେବା ସହ ଆଜିଠୁ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାରର ଲୋକ ବି ନିଜ ଆତ୍ମୀୟଙ୍କ ଶବ ସତ୍କାର କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେବଳ କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କର ଶବ ସତ୍କାର କରିବାର ସୁଯୋଗ ମିଳିବ । ଶବ ସତ୍କାର ବେଳେ କେବଳ ୧୦ ଜଣ ସମ୍ପର୍କୀୟ ଉପସ୍ଥିତ ରହି ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି । ଏହାସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବାଧ୍ୟତାମୂଳକ ।  ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନରେ ମଧ୍ୟ ଶବ ସତ୍କାର କରିହେବ । ଏଥିସହ ସମ୍ପୂର୍ଣ୍ଣ  କୋଭିଡ୍ କଟକଣାରେ  ଶବ ସତ୍କାର ନହେଲେ  ଅନୁମତି ପ୍ରତ୍ୟାହାର କରି ନିଆଯିବ ବୋଲି ଚେତାଇ ଦେଇଛନ୍ତି ଜିଲ୍ଲାପାଳ। ଏପ୍ରିଲ ୨୫ତାରିଖରୁ ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲା ଲୋକଙ୍କ ଶବ ସତ୍କାର ନେଇ କଟକଣା ଲାଗୁ ହୋଇଥିଲା, ସେହି କଟକଣା ଆଜିଠୁ କୋହଳ ହୋଇଛି । ଅନ୍ୟ ପକ୍ଷରେ ଆଜିଠାରୁ ପୁରୀ ବାସୀଙ୍କୁ ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି ।