୪ ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚ ବ୍ୟବସ୍ଥା କଲା ରେଳ ମନ୍ତ୍ରଣାଳୟ

୪ ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚ ବ୍ୟବସ୍ଥା କଲା ରେଳ ମନ୍ତ୍ରଣାଳୟ
୪ ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚ ବ୍ୟବସ୍ଥା କଲା ରେଳ ମନ୍ତ୍ରଣାଳୟ

ଦେଶରେ ସାଙ୍ଘାତିକ ହେଉଛି କରୋନା ସ୍ଥିତି। ଧୀରେ ଧୀରେ କରୋନା ସ୍ଥିତି ଅଣାୟତ୍ତ ହେଲାଣି। ଏହାରି ଭିତରେ ରେଳ ଯାତ୍ରୀଙ୍କ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରେଳଯାତ୍ରୀଙ୍କ ପାଇଁ ୪ ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚ ବ୍ୟବସ୍ଥା କରିଛି ରେଳ ମନ୍ତ୍ରଣାଳୟ।

ଦେଶରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। କରୋନା ସ୍ଥିତିର ମୁକାବିଲା ପାଇଁ ରେଳଯାତ୍ରୀଙ୍କ ପାଇଁ ୪ ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚ ବ୍ୟବସ୍ଥା କରାଯାଇଛି। ଆଇସୋଲେସନ କୋଚରେ ୬୪ ହଜାର ବେଡର ମଧ୍ୟ ବ୍ୟବସ୍ଥା ଥିବା ଜଣାପଡିଛି। ଦେଶରେ କୋଭିଡ ସ୍ଥିତି ନେଇ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।