୫ଟି ପ୍ରଭାବରେ ଏଏସଆଇ ନିଲମ୍ବିତ

୫ଟି ପ୍ରଭାବରେ ଏଏସଆଇ ନିଲମ୍ବିତ
୫ଟି ପ୍ରଭାବରେ ଏଏସଆଇ ନିଲମ୍ବିତ

ଏକ ଜମିଜମା ଗଣ୍ଡଗୋଳ ମାମଲା ରୁଜୁ ପାଇଁ ଅଭିଯୋଗକାରିଣୀ ଠାରୁ ଅର୍ଥ ଦାବି କରି କୁଣ୍ଢେଇଗୋଳା ଥାନାରେ କାର୍ଯ୍ୟରତ ଏଏସଆଇ ପରମାନନ୍ଦ ନାଏକ ନିଲମ୍ବିତ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ରୀନା ବେହେରା ନାମ୍ନୀ ଜଣେ ମହିଳା ଗତ ୯ ତାରିଖ ଦିନ ଏକ ଜମିଜମା ଗଣ୍ଡଗୋଳ ସଂକ୍ରାନ୍ତ ଏକ ଅଭିଯୋଗ ପାଇଁ କୁଣ୍ଢେଇଗୋଳା ଥାନାକୁ ଯାଇଥିଲେ। ତେବେ ଥାନାରେ ଥିବା ଏଏସଆଇ ପରମାନନ୍ଦ ନାଏକ ତାଙ୍କୁ ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଅଭିଯୋଗ କାରିଣୀ ମହିଳା ୫ଟିରେ ଅଭିଯୋଗ କରିଥିଲେ। ୫ଟି ଆଧାରରେ ଆଜି ଦେବଗଡ଼ ଏସପି ମନୋଜ କୁମାର ମାହାନ୍ତ ଅଭିଯୁକ୍ତ ଏଏସଆଇ ଶ୍ରୀ ନାୟକଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି।