୫ ଘଣ୍ଟା ପର୍ଯ୍ୟନ୍ତ ମେଡ଼ିକାଲ ଟିମକୁ ଅଟକ ରଖିଲେ ଗ୍ରାମବାସୀ

୫ ଘଣ୍ଟା ପର୍ଯ୍ୟନ୍ତ ମେଡ଼ିକାଲ ଟିମକୁ ଅଟକ ରଖିଲେ ଗ୍ରାମବାସୀ
୫ ଘଣ୍ଟା ପର୍ଯ୍ୟନ୍ତ ମେଡ଼ିକାଲ ଟିମକୁ ଅଟକ ରଖିଲେ ଗ୍ରାମବାସୀ

କୋଭିଡ ଟେଷ୍ଟ ପାଇଁ ଗାଁକୁ ଯାଇଥିବା ମେଡ଼ିକାଲ ଟିମକୁ ୫ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଲେ ଗ୍ରାମବାସୀ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ବଇଦପାଲି ପଞ୍ଚାୟତ ଅନ୍ତର୍ଗତ ବରଗାଁରେ ଏହି ଘଟଣା ଘଟିଛି।

କୋଭିଡ ପରୀକ୍ଷା ପରେ ପଜିଟିଭ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ କରି ମେଡ଼ିକାଲ ଟିମକୁ ଗ୍ରାମବାସୀ ୫ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିଲ। ସୂଚନା ଅନୁସାରେ ଗତ ୧୮ ତାରିଖ ଦିନ ବଇଦପାଲି ଗାଁରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ପର୍ଯ୍ୟାୟକ୍ରମେ ବରଗାଁରେ ବୁଢ଼ାପାଲି ମେଡ଼ିକାଲ ଟିମ ଦ୍ୱାରା ଆରଟିପିସିଆର ଟେଷ୍ଟ କରାଯାଇଥିଲା।
ଏଥିରେ ଗାଁର ୭୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରିପୋର୍ଟ ଆସିଥିଲା।

ଗତକାଲି ମେଡ଼ିକାଲ ଟିମ୍ ଗାଁକୁ ଯାଇଥିବା ବେଳ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିବା ସହିତ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କଠାରେ କୌଣସି ଲକ୍ଷଣ ନଥିବା ଅଭିଯୋଗ କରିଛନ୍ତି। ଏଥିସହିତ ଉକ୍ତ ବ୍ୟକ୍ତିମାନଙ୍କ ଅନ୍ୟସ୍ଥାନରେ ଆରଟିପିସିଆର ଟେଷ୍ଟ କରାଇବା ପାଇଁ ଗ୍ରାମବାସୀ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ପରେ ପୁଲିସ ଘଟଣାସ୍ଥଳକୁ ଯାଇ ବୁଝାସୁଝା କରିବା ପରେ ଗ୍ରାମବାସୀ ମେଡ଼ିକାଲ ଟିମକୁ ଯିବାକୁ ଦେଇଥିଲେ।