୫ ଟଙ୍କାରେ ଭାତ, ଡାଲି ଓ ଅଣ୍ଡା ଖୁଆଇବେ ମମତା

୫ ଟଙ୍କାରେ ଭାତ, ଡାଲି ଓ ଅଣ୍ଡା ଖୁଆଇବେ  ମମତା
୫ ଟଙ୍କାରେ ଭାତ, ଡାଲି ଓ ଅଣ୍ଡା ଖୁଆଇବେ  ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫ ଟଙ୍କିଆ ଖାଦ୍ୟ ଖୁଆଇବାର ଯୋଜନା କରିଛନ୍ତି। ଏହି ଯୋଜନାର ନାମ ‘ମାଁ’ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଆଜି କୋଲକାତାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।
କୋଲକାତା ନଗର ନିଗମର ଜଣେ ଅଧିକାରୀ କହିଛନ୍ତି ଯେ, ୫ ଟଙ୍କାର ଥାଳିରେ ଭାତ, ଡାଲି, ଗୋଟିଏ ତରକାରୀ ଓ ଅଣ୍ଡା ପରସାଯିବ। ଖାଦ୍ୟ ନିର୍ଦ୍ଧାରଣ ସମୟରେ ଉପଲବ୍ଧ କରାଯିବ। ଏହି ଯୋଜନାକୁ ଧୀରେ ଧୀରେ ପଶ୍ଚିମବଙ୍ଗର ଅନ୍ୟ ସହରରେ ବି ବିସ୍ତାର କରାଯିବ। ରାଜ୍ୟ ସରକାର ଏହି ଯୋଜନାର ବଜେଟ ପୂର୍ବରୁ ହିଁ ପ୍ରାବାଧାନ ହୋଇସାରିଥିଲା। ଏହାପୂର୍ବରୁ କରୋନା କାଳରେ ଟିଏମସି ପ୍ରଭାବିତ ପ୍ରବାସୀ ଶ୍ରମିକଙ୍କୁ ‘ଦିଦିର ରନ୍ନାଘର ଅର୍ଥାତ୍ ମମତାଙ୍କ ରଷୋଇ’ର ଶୁଭାରମ୍ଭ କରିଥିଲେ।