Wednesday, March 19, 2025
24 C
Odisha

    ୫ ବର୍ଷରେ ୩୬ ଜଣ ସୁନା ବ୍ୟବସାୟୀ ଓଜନ ମାପ ଠକେଇରେ ଧରା ପଡିଛନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଗତ ୫ ବର୍ଷରେ ୩୬ ଜଣ ବ୍ୟବସାୟୀ ଓଜନ ମାପ ଠକେଇରେ ଧରା ପଡିଛନ୍ତି, ଆଉ ସେମାନଙ୍କଠାରୁ ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ପ୍ରଦାନ କରିଛନ୍ତି।  ୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ସୁନା ବିକ୍ରି କରୁଥିବା ଅଭିଯୋଗରେ ଧରାପଡିଛନ୍ତି।

    ବିଧାନସଭାରେ ଏନେଇ  ବିଜେଡ଼ି ବିଧାୟକ ପ୍ରଶାନ୍ତ ବେହେରା ପ୍ରଶ୍ନ କରିଥିଲେ। ଗତ ୫ବର୍ଷରେ କେଉଁ ସୁନା ଗହଣା ଦୋକାନରେ ମାନକ ଓ ମାପକରେ ତ୍ରୁଟି ଧରାଯାଇଛି ଏବଂ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ, ସେ ସମ୍ପର୍କରେ   ବିଧାୟକ  ପ୍ରଶ୍ନ ପଚାରିଥିଲେ।

    ଏହାର ଉତ୍ତର ମନ୍ତ୍ରୀ ରଖିଥିଲେ । ମନ୍ତ୍ରୀଙ୍କ ସୂଚନା ମୁତାବକ, କିଛି ଦୋକାନୀ ଓଜନ ମାପରେ ଠକେଇ କରୁଛନ୍ତି । ଆଉ ସରକାର ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24 ° C
    24 °
    24 °
    37 %
    1.2kmh
    49 %
    Wed
    39 °
    Thu
    40 °
    Fri
    39 °
    Sat
    30 °
    Sun
    32 °

    ସମ୍ବନ୍ଧିତ