“୫ ଲକ୍ଷ ଦେବୁ ଦୋଷ ମାନିଯା,ତତେ ୧୮ ବର୍ଷ ହେଲେ ଆମେ ୧୭ ଦେଖାଇବୁ”

“୫ ଲକ୍ଷ ଦେବୁ ଦୋଷ ମାନିଯା,ତତେ ୧୮ ବର୍ଷ ହେଲେ ଆମେ ୧୭ ଦେଖାଇବୁ”
“୫ ଲକ୍ଷ ଦେବୁ ଦୋଷ ମାନିଯା,ତତେ ୧୮ ବର୍ଷ ହେଲେ ଆମେ ୧୭ ଦେଖାଇବୁ”

ଭୁବନେଶ୍ୱର, ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆସିଛି । ଯଦୁପୁର ଗ୍ରାମର ସରୋଜ ସେଠୀ ଶ୍ରୀ ବୋଥ୍ରାଙ୍କ ବିରୋଧୀରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ପରୀ ହତ୍ୟା ଘଟଣାର ଦୋଷ ମୁଣ୍ଡାଇବାକୁ ୫ ଲକ୍ଷ ଟଙ୍କା ଯାଚିଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ତଦନ୍ତ ଚାଲିଛି। ଏହାର ପ୍ରାଥମିକ ରିପୋର୍ଟ ଗତକାଲି ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଛି। ତେବେ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଉଲ୍ଲେଖ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲା। ଏହାରି ମଧ୍ୟରେ ଅରୁଣଙ୍କ ନାଁରେ ଆସିଛି ଅଭିଯୋଗ । ତେବେ ଅଭିଯୋଗ ଆଣିଛନ୍ତି ଯଦୁପୁର ଗାଁର ସରୋଜ ସେଠୀ। ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଯାଚିଥିବା ସେ ଆଜି କହିଛନ୍ତି।

ସେ କହିଛନ୍ତି-"ନିଖୋଜ ହେବାର ପୂର୍ବଦିନ ପରୀ ଆମ ଘରକୁ ଆସିଥିବାରୁ ମୋତେ ସନ୍ଦେହ କରୁଛନ୍ତି। ସେଥିପାଇଁ ମୋ ରକ୍ତ, ଲାଳ ଓ ପ୍ୟାଣ୍ଟସାର୍ଟ ନମୁନା ନେଇଛନ୍ତି। ଦୋଷ ମାନିବାକୁ ଅରୁଣ ବୋଥ୍ରା ସାର୍ ମୋତେ ୫ ଲକ୍ଷ ଯାଚିଥିଲେ। ତୋତେ ୧୮ ବର୍ଷ, ଆମେ ୧୭ ଦେଖେଇବୁ, ତୁ ରାଜି ହେଇଯା ବୋଲି ବୋଥ୍ରା କହିଥିବା ନେଇ ସେ ଗଣମାଧ୍ୟମକୁ କହିଛନ୍ତି ।