୬ ପଡ଼ୋଶୀ ରାଷ୍ଟ୍ରକୁ ଫ୍ରିରେ ଭ୍ୟାକ୍ସିନ ପଠାଇଲା ଭାରତ

୬ ପଡ଼ୋଶୀ ରାଷ୍ଟ୍ରକୁ ଫ୍ରିରେ ଭ୍ୟାକ୍ସିନ ପଠାଇଲା ଭାରତ
୬ ପଡ଼ୋଶୀ ରାଷ୍ଟ୍ରକୁ ଫ୍ରିରେ ଭ୍ୟାକ୍ସିନ ପଠାଇଲା ଭାରତ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦୁନିଆର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଭାରତରେ ଆରମ୍ଭ ହୋଇଯାଇଛି। ଆଉ ଏବେ ୧୩୦ କୋଟି ଭାରତୀୟଙ୍କ ତରଫରୁ ଭାରତ ସରକାର ୬ ପଡ଼ୋଶୀ ରାଷ୍ଟ୍ରକୁ ମାଗଣାରେ କରୋନା ଭ୍ୟାକ୍ସିନ ଡେଲିଭରି କରିଛନ୍ତି। ମୁମ୍ବାଇ ଏୟାରପୋର୍ଟରୁ ଆଜି ଭୁଟାନକୁ ୧.୫ଲକ୍ଷ ଓ ମାଲଦ୍ୱୀପକୁ ୧ଲକ୍ଷ ଭ୍ୟାକ୍ସିନ ପ୍ରଥମ ପର୍ଯ୍ୟାୟରେ ପଠାଇ ଦିଆଯାଇଛି। ଭ୍ୟାକ୍ସିନ କନସାଇନମେଣ୍ଟରେ ତ୍ରିରଙ୍ଗା ସହ ଏକ ବାର୍ତ୍ତା ଲେଖାଯାଇଛି ଯେ, ‘ଭାରତର ଜନତା ଓ ସରକାରଙ୍କ ତରଫରୁ ଉପହାର।’

ଭୁଟାନ ଓ ମାଲଦ୍ୱୀପ ବ୍ୟତୀତ ନେପାଳ, ବାଂଲାଦେଶ, ମିଆଁମାର ଓ ସେସଲ୍ସ ଭଳି ଦେଶକୁ ଫ୍ରି ଭ୍ୟାକ୍ସିନ ଉପଲବ୍ଧ କରାଇବାର ବ୍ୟବସ୍ଥା କରାଯାଇଛି।