୮୨୫ କିଲୋମିଟର ସର୍ବ-ପାଣିପାଗ ରାସ୍ତା ନିର୍ମାଣ ପାଇଁ ଯୋଜନା କରିଛନ୍ତି ସରକାର: ନୀତିନ ଗଡ଼କରୀ

୮୨୫ କିଲୋମିଟର ସର୍ବ-ପାଣିପାଗ ରାସ୍ତା ନିର୍ମାଣ ପାଇଁ ଯୋଜନା କରିଛନ୍ତି ସରକାର: ନୀତିନ ଗଡ଼କରୀ
୮୨୫ କିଲୋମିଟର ସର୍ବ-ପାଣିପାଗ ରାସ୍ତା ନିର୍ମାଣ ପାଇଁ ଯୋଜନା କରିଛନ୍ତି ସରକାର: ନୀତିନ ଗଡ଼କରୀ

ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ୮୨୫ କିଲୋମିଟରର ସର୍ବ-ପାଣିପାଗ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ସେଥିମଧ୍ୟରୁ ୧୨,୦୭୨କୋଟି ବ୍ୟୟବରାଦରେ ୬୭୧ କିମି ରାସ୍ତା ନିର୍ମାଣ ପାଇଁ ମଞ୍ଜୁରି ମିଳିସାରିଛି। ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ରାଜ୍ୟସଭାରେ ସୂଚନା ଦେଇଛନ୍ତି।

ଏହି ୮୨୫ କିମି ରାସ୍ତାଟି ରିଷିକେଶରୁ ଯାନକି ଚଟି(ୟମୁନେତ୍ରୀ), ଗଙ୍ଗୋତ୍ରୀ, ଗୌରୀକୁଣ୍ଡ (କେଦାରନାଥ) ଓ ମାନା (ବଦ୍ରିନାଥ) ସହିତ ଉତ୍ତରାଖଣ୍ଡର କୈଳାସ ମାନସରୋବର ରୁଟର ଟଙ୍କପୁରରୁ ପିଠୋରଗଡକୁ ସଂଯୋଗ କରୁଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଏହି କାମ ମାର୍ଚ୍ଚ ୨୦୨୦ ସୁଦ୍ଧା ସାରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା। ହେଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଓ ଗ୍ରୀନ ଡନ୍ ଦ୍ୱାରା ସୁପ୍ରିମକୋର୍ଟରେ ମକଦ୍ଦମା ହେତୁ କାର୍ଯ୍ୟ ଶେଷ ହେବାର ନିର୍ଧାରିତ ତାରିଖରେ ବିଳମ୍ବ ହେଉଥିବା ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି।