Saturday, January 24, 2026
29 C
Odisha

    ୱାନ ନେସନ, ୱାନ ଇଲେକ୍ସନ’କୁ ଥାଲାପତି ବିଜୟଙ୍କ ବିରୋଧ

    ଆଗକୁ ପଢନ୍ତୁ

    ରାଜନୀତିରେ ପାଦ ଦେଉ ଦେଉ ସରକାରଙ୍କ ଯୋଜନାକୁ ବିରୋଧ କଲେ ତାମିଲ ଅଭିନେତା ଥାଲାପତି ବିଜୟ। ନୂଆକରି ବିଜୟ ଗଢ଼ିଥିବା ଦଳ ‘ତାମିଲଗା ଭେଟ୍ରି କାଝଗମ’ (TVK) ରବିବାର ମୋଦି ସରକାରଙ୍କ ‘ୱାନ ନେସନ୍-ୱାନ ଇଲେକ୍ସନ’ ଯୋଜନାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଛି। କିଛିଦିନ ହେବ ସମଗ୍ର ଦେଶରେ ଗୋଟିଏ ସମୟରେ ନିର୍ବାଚନ କରାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ବିରୋଧୀ ଓ ବିଜେପି ମୁହାଁମୁହିଁ ସ୍ଥିତିରେ।
    ଏଭଳି ପରିସ୍ଥିତିରେ ଏହାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଛନ୍ତି ବିଜୟ। ଏତିକି ନୁହେଁ, ତାମିଲନାଡ଼ୁରୁ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ହଟାଇବାକୁ ମଧ୍ୟ ଦାବି କରିଛି ବିଜୟଙ୍କ ଦଳ। ତେବେ କେବଳ ଶାସକ ବିଜେପି ନୁହେଁ, ବିଜୟଙ୍କ ଦଳ ଟିଭିକେ ଟାର୍ଗେଟରେ ରାଜ୍ୟର ଡିଏମକେ ସରକାର ବି ରହିଛି। ଏମ.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ସରକାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବାକୁ ଚେଷ୍ଟା କରୁନଥିବା କହିଛନ୍ତି ବିଜୟ। ଏଥିପାଇଁ ସେ କେନ୍ଦ୍ର ସରକାରକୁ ଦାୟୀ କରିଛନ୍ତି। ଏହା ସହିତ ତାମିଲନାଡ଼ୁର ଶାସକ ଡିଏମକେ ଦଳ କ୍ଷମତାକୁ ଆସିବା ପରେ ନିର୍ବାଚନୀ ପ୍ରତିଶ୍ରୁତି ଭୁଲି ଯାଇଛି ବୋଲି କହିଛନ୍ତି ବିଜୟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    17 %
    3.4kmh
    0 %
    Sat
    27 °
    Sun
    30 °
    Mon
    31 °
    Tue
    32 °
    Wed
    33 °

    ସମ୍ବନ୍ଧିତ