Tuesday, April 1, 2025
24.1 C
Odisha

ଅଗଷ୍ଟରେ ସାରା ଦେଶରେ ୪ଜି ସେବା ଆରମ୍ଭ କରିବ BSNL

ଆଗକୁ ପଢନ୍ତୁ

ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ( ବିଏସଏନଏଲ) ଅଗଷ୍ଟ ୨୦୨୪ରୁ ସାରା ଦେଶରେ ୪ଜି ସେବା ଆରମ୍ଭ କରିବ। କମ୍ପାନୀ ଏନେଇ ସୂଚନା ଦେଇଛି । ଏହି ସେବା ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ ବୋଲି ସୂଚନା ଦିଆଯାଇଛି। ଏହି ସ୍ବଦେଶୀ ପ୍ରଯୁକ୍ତିବିଦ୍ୟାକୁ ଆଇଟି କମ୍ପାନୀ ଟିସିଏସ୍ ଏବଂ ସି-ଡଟର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି। ଏହି ୪ଜି ନେଟଓ୍ବର୍କ ୪୦-୪୫ ମେଗାବିଟ୍ ପ୍ରତି ସେକେଣ୍ଡର ସର୍ବାଧିକ ସ୍ପିଡ୍ ଦେବ ବୋଲି ବିଏସଏନଏଲର ଅଧିକାରୀମାନେ ସୂଚନା ଦେଇଛନ୍ତି । ସାରା ଭାରତରେ ୪ଜି ଏବଂ ୫ଜି ସେବା ପାଇଁ ୧.୧୨ ଲକ୍ଷ ଟାଓ୍ବର ଲଗାଇବା ପାଇଁ ପ୍ରକ୍ରିୟା ଜାରି ରହିଛି। ସୂଚନା ଅନୁଯାୟୀ, ବିଏସଏନଏଲ୍ ପଞ୍ଜାବରେ ୪ଜି ସେବା ଆରମ୍ଭ କରିଦେଇଛି ଏବଂ ପ୍ରାୟ ୮ ଲକ୍ଷ ଗ୍ରାହକଙ୍କୁ ଯୋଡିବାରେ ସଫଳ ହୋଇଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
24.1 ° C
24.1 °
24.1 °
62 %
1.4kmh
8 %
Tue
40 °
Wed
40 °
Thu
39 °
Fri
39 °
Sat
40 °

ସମ୍ବନ୍ଧିତ