Tuesday, August 19, 2025
27.7 C
Odisha

    ‘ଅବତାର ୩’ ଫିଲ୍ମର ଟ୍ରେଲର ରିଲିଜ, ଖଳନାୟକ ଚରିତ୍ରରେ ନଜର ଆସିବେ ଉନା ଚାପଲିନ୍

    ଆଗକୁ ପଢନ୍ତୁ

    ମୁମ୍ବାଇ : ’ଅବତାର ୩’ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଉନା ଚାପଲିନ୍ ଜଣେ ଖଳନାୟକ ଭୂମିକାରେ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ବିଶ୍ୱର ସର୍ବାଧିକ ଆୟ କରିଥିବା ଫିଲ୍ମ ‘ଅବତାର’ ସବୁଠାରୁ ବଡ଼ ଫ୍ରାଞ୍ଚାଇଜି ମଧ୍ୟରୁ ଗୋଟିଏ। ନିର୍ଦ୍ଦେଶକ ଜେମ୍ସ କାମେରନଙ୍କ ଏହି ଫ୍ରାଞ୍ଚାଇଜିର ଦୁଇଟି ଭାଗ ଏପର୍ଯ୍ୟନ୍ତ ରିଲିଜ୍ ହୋଇଛି । ଏବେ ତୃତୀୟ ଭାଗକୁ ଅପେକ୍ଷାରେ ରହିଛନ୍ତି ଦର୍ଶକ । ଅବତାରର ଦ୍ବିତୀୟଭାଗ ’ଦି ୱେ ଅଫ୍ ୱାଟର’ ନାମରେ ରିଲିଜ ହୋଇଥିବାବେଳେ ତୃତୀୟ ଭାଗର ନାମ ‘ଅଗତି ଏବଂ ପାଗ’ ରଖାଯାଇଛି । ଯାହାକୁ ନେଇ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗଛି ।

    ଏହି ଅବତାର ଫିଲ୍ମର ପାର୍ଟ ୩ ପାଇଁ ୨୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହା ଡିସେମ୍ବର ୧୯ରେ ଭାରତରେ ରିଲିଜ୍ ହେବ । ଏହି ବଡ଼ ବଜେଟର ଫିଲ୍ମଟି ଇଂଲିଶ, ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମ ଏବଂ କନ୍ନଡ଼ ଭାଷାରେ ମଧ୍ୟ ରିଲିଜ ହେବ । ରିଲିଜ ହୋଇଥିବା ଟ୍ରେଲରରେ ପାଣ୍ଡୋରା ଦୁନିଆର ଏକ ବିପଦପୂର୍ଣ୍ଣ ଅଧ୍ୟାୟ ଆରମ୍ଭ ହେଉଥିବା ଦେଖିବାକୁ ମିଳିଛି । ଏଥିରେ ନୂଆ ଚରିତ୍ରର ‘ଆଶ୍ ପିପୁଲ୍’ ନାମକ ଏକ ରହସ୍ୟମୟ ଗୋଷ୍ଠୀ ଯୋଡି ହୋଇଛି । ଏହି ଫିଲ୍ମର ବିଶେଷ କଥା ହେଉଛି ଭାରଙ୍ଗ ଏବଂ କର୍ଣ୍ଣେଲ ମାଇଲ୍ସ କ୍ୱାରିଚ୍ ହାତ ମିଳାଇଛନ୍ତି । ଏହା ବ୍ୟତୀତ, ଟ୍ରେଲରରେ ଦେଖାଯାଇଛି ଯେ ଭାରଙ୍ଗଙ୍କୁ ନିଆଁ ନିୟନ୍ତ୍ରଣ କରିବାର ଶକ୍ତି ଦିଆଯାଇଛି। ଯାହା ପାଣ୍ଡୋରାର ଜଙ୍ଗଲ ପୋଡ଼ିବାର ବିପଦର ଏକ ଝଲକ ଦେଖିବାକୁ ମଧ୍ୟ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.7 ° C
    27.7 °
    27.7 °
    82 %
    1.1kmh
    100 %
    Tue
    27 °
    Wed
    30 °
    Thu
    30 °
    Fri
    28 °
    Sat
    26 °

    ସମ୍ବନ୍ଧିତ