Thursday, April 2, 2026
37.1 C
Odisha

    ଆଉ ନାହିଁ ବାର୍ଡ ଫ୍ଲୁ ଡର, ଖାଇପାରିବେ ଚିକେନ୍‌, ଅଣ୍ଡା : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଦୂର ହେଲାଣି ରାଜ୍ୟରେ ବାର୍ଡ ଫ୍ଲୁ’ ଜନିତ ଭୟ। ବିନା ଦ୍ୱିଧାରେ ଖାଇପାରିବେ ଅଣ୍ଡା ଓ ଚିକେନ୍‌। ଯେଉଁଠି ବାର୍ଡ ଫ୍ଲୁ’ ଚୁହ୍ନଟ ହୋଇଥିଲା, ସେହି କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଛି। ରାଜ୍ୟର ଅନ୍ୟ ଅଞ୍ଚଳକୁ ଏହି ରୋଗ ବ୍ୟାପି ପାରିନି। ତେଣୁ ଆମିଷ ଭକ୍ଷଣ କରୁଥିବା ଖାଉଟି ଏବେ ର୍ନିନ୍ଦ୍ୱନ୍ଦରେ ଓଡ଼ିଶାରେ ଉତ୍ପାଦିତ ହେଉଥିବା ଅଣ୍ଡା ଓ ଚିକେନ୍‌ ଖାଇପାରିବେ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳମଣି ମିଶ୍ର ବାର୍ଡ ଫ୍ଲୁକୁ ନେଇ ଜନସଚେତନତା କରିବା ଉଦ୍ଦେଶ୍ୟରେ ଏହା କହିଛନ୍ତି।

    ଶ୍ରୀ ମିଶ୍ରଙ୍କ କହିବାନୁସାରେ, ରାଜ୍ୟରେ ଉତ୍ପାଦିତ ବ୍ରଏଲର ଚିକେନ୍‌, ଅଣ୍ଡାରେ କୌଣସି ପ୍ରକାର ସଂକ୍ରମଣ ନାହିଁ। କିଛି ସପ୍ତାହ ତଳେ ପୁରୀ ଜିଲ୍ଲାରେ ବାଡର଼୍ ଫ୍ଲୁ’ ସଂକ୍ରମଣ ଚିହ୍ନଟ ହୋଇଥିଲା। ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସମ୍ପଦ ବିଭାଗ ସହାୟତାରେ କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଥିଲା। ପ୍ରତିବର୍ଷ ଏହି ସିଜିନରେ ବାର୍ଡ ଫ୍ଲୁ’ ହୋଇଥାଏ। ତେଣୁ ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଅଧିକ ଉତ୍ତାପରେ ଚିକେନ୍‌କୁ ଭଲଭାବେ ରୋଷେଇ କରି ଖାଇଲେ କୌଣସି ସମସ୍ୟା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଥାଉ କି, ବାର୍ଡ ଫ୍ଲୁ’ ଭୟ ଯୋଗୁଁ ମାସେ ହେଲାଣି ଚିକେନ୍‌ ବେପାର ମାନ୍ଦା ଥିଲା। ଚିକେନ୍‌ ଦାମ୍‌ ଖସି ଚିଲୋ ପିଛା ୨୦୦ ଟଙ୍କାରୁ ଖସି ୧୨୦ରୁ ୧୫୦ ଟଙ୍କାରେ ହୋଇଯାଇଥିଲା। ତଥାପି ଗ୍ରାହକ କିଣିବାକୁ ଆସୁନଥିଲେ। ବାର୍ଡ ଫ୍ଲୁ’ ଭୟ ଦୂର ପରେ ଗତ ରବିବାରରୁ ଧୀରେ ଧୀରେ ଗ୍ରାହକ ଆସିଲେଣି। ତେଣୁ ବ୍ରଏଲର ଫାର୍ମ ମାଲିକ, ବ୍ୟବସାୟୀ ଏପରିକି ହୋଟେଲ ବ୍ୟବସାୟୀ ବି ଆଶ୍ୱସ୍ତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ