Thursday, February 27, 2025
33 C
Odisha

    ଆଗକୁ କିଛି ବିପଦ ଆସୁନି ତ ? ମହାଦୀପ ଉଠିଲା ବେଳେ ଅଘଟଣକୁ ନେଇ ଶଙ୍କାରେ ଭକ୍ତ

    ଆଗକୁ ପଢନ୍ତୁ

    ମହାଦୀପ ଉଠିଲା ବେଳେ ଘଟିଲା ବଡ଼ ଅଘଟଣ । ଖସି ପଡ଼ିଲେ ମନ୍ଦିର ସେବାୟତ । ହର ହର ମହାଦେବ ଶବ୍ଦରେ ଲିଙ୍ଗରାଜ ମନ୍ଦିର ପରିସର ପ୍ରକମ୍ପିତ ହେଉଥିବା ବେଳେ ଏମିତି ଅଘଟଣ ଘଟିଛି । ସମସ୍ତେ ମହାଦୀପ ଉଠିବାକୁ ଅନେଇ ବସିଥିଲେ । କିନ୍ତୁ ହଠାତ ଯେଉଁ ଅଘଟଣ ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭକ୍ତଙ୍କ ମନରେ ନାନା ଆଶଙ୍କା ଦେଖାଯାଇଛି । ଆଗକୁ କିଛି ବିପଦ ଆସୁନି ତ ? ଏମିତି ଅଘଟଣ କାହିଁକି ଘଟିଲା ? ପ୍ରଥମେ ନିର୍ଦ୍ଧାରିତ ସମୟ ଠାରୁ ୪୦ ମିନିଟ ବିଳମ୍ବରେ ମହାଦୀପ ଉଠିଥିଲା । ଆଉ ମହାଦୀପ ଉଠିବା ସମୟରେ ସେବାୟତ ଖସି ପଡ଼ିବା ଘଟଣାରେ ସମସ୍ତ ଓଡ଼ିଶା ବାସୀ ଚିନ୍ତାରେ ଅଛନ୍ତି ।

    ସେବାୟତ ମହାଦୀପ ନେଇ ମନ୍ଦିର ଚୂଡ଼ାକୁ ଉଠୁଥିବା ସମୟରେ ପାଖାପାଖି ୧୦ ଫୁଟ ତଳକୁ ଖସି ପଡ଼ିଥିଲେ । ସେବାୟତ ଖସି ପଡ଼ିବା ପରେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

    ସେବାୟତ ଯୋଗେନ୍ଦ୍ର ସମର୍ଥା ଖସି ପଡ଼ିବା ପରେ ଭକ୍ତଙ୍କ ମଧ୍ୟରେ ନାନାଦି ଆଶଙ୍କା ସୃଷ୍ଟି ହୋଇଛି । ତେବେ ସଙ୍ଗେ ସଙ୍ଗେ ମହାଦୀପ ନେଇ ଉପରକୁ ଉଠିଥିଲେ ଅନ୍ୟ ସେବାୟତ । ପୁଣି ଓଁ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହୋଇଥିଲା ପରିବେଶ । ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରିଥିଲେ । ପ୍ରାୟ ୧୦ଟା ୪୦ରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥିଲା। ନିର୍ଦ୍ଧାରିତ ସମୟର ପ୍ରାୟ ୪୦ ମିନିଟ ବିଳମ୍ବରେ ଉଠିଥିଲା ମହାଦୀପ । ଭକ୍ତଙ୍କ ହରହର ଶମ୍ଭୁ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରିବେଶ ।

    ସୂଚନା ଅନୁସାରେ ଗତକାଲି ମହାପ୍ରଭୁଙ୍କ ନୀତିକାନ୍ତି ପରେ ସେବାୟତ ଯୋଗେନ୍ଦ୍ର ଓ ଅନ୍ୟମାନେ ମହାଦୀପ ଧରି ମନ୍ଦିର ଚଢ଼ିବାକୁ ବାହାରିଥିଲେ । ଯୋଗେନ୍ଦ୍ର ମହାଦୀପ ଧରି ଆଗେଆଗେ ଶିକୁଳିରେ ଉଠିଥିଲେ । ସେ ପ୍ରାୟ ୧୦ ଫୁଟ୍‌ ଉଚ୍ଚକୁ ଉଠିଥିବା ବେଳେ ହଠାତ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ । ତାଙ୍କ ମୁଣ୍ଡ, ମୁହଁ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା । ସେହିଭଳି ମହାଦୀପରୁ ତେଲ ଓ ନିଆଁ ଝୁଲ ପଡ଼ି ଆଉ କିଛି ସେବାୟତଙ୍କ ଗୋଡ଼ହାତରେ ଫୋଟକା ହୋଇଯାଇଛି । ମନ୍ଦିର ଭିତରେ ଓ ବାହାରେ ପ୍ରବଳ ଭିଡ଼ ଥିବାରୁ ଆମ୍ବୁଲାନ୍‌ସରେ ତାଙ୍କୁ ହସ୍ପିଟାଲ୍‌ ନେବା କାଠିକର ହୋଇପଡ଼ିଥିଲା । ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ ପ୍ରମୁଖ ହସ୍ପିଟାଲ୍‌ରେ ପହଞ୍ଚି ଯୋଗେନ୍ଦ୍ରଙ୍କ ଚିକିତ୍ସା କଥା ବୁଝିଥିଲେ । ସେବାୟତ ଯୋଗେନ୍ଦ୍ର ସମର୍ଥା ପ୍ରତି ବର୍ଷ ମହାଦୀପ ନେଇ ମନ୍ଦିର ଚୂଡ଼ାକୁ ଯାଆନ୍ତି । ସେ ମହାଦୀପ ଉଠାଇବାରେ ଅଭ୍ୟସ୍ତ । କିନ୍ତୁ ହଠାତ ଏମିତି ଭାରସାମ୍ୟ ହରାଇ ସେ ଖସି ପଡ଼ିବେ କେହି କେବେ କଳ୍ପନା ବି କରିନଥିଲେ ।

    ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଏହି ଅଘଟଣ ପରେ ମନ୍ଦିର ପରିସର‌ରେ ଏକ ଅଭାବନୀୟ ପରିବେଶ ସୃଷ୍ଟି ହୋଇଛି । ଭକ୍ତମାନଙ୍କ ମନରେ ବିଭିନ୍ନ ପ୍ରକାରର ଶଙ୍କା ସୃଷ୍ଟି ହୋଇଛି । କିନ୍ତୁ ସଙ୍ଗେ ସଙ୍ଗେ ଅନ୍ୟ ଜଣେ ସେବାୟତ ମହାଦୀପ ଧରି ମନ୍ଦିର ଚଢ଼ିଥିଲେ ଏବଂ ସ୍ବାଭାବିକ ଭାବେ ମନ୍ଦିର ଚୂଡ଼ାରେ ମହାଦୀପ ଲାଗିଥିଲା । ମହାଦୀପ ଦର୍ଶନ ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ପୁଣି ଆଧ୍ୟାତ୍ମିକ ପରିବେଶକୁ ଫେରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    19 %
    3.6kmh
    0 %
    Thu
    34 °
    Fri
    36 °
    Sat
    38 °
    Sun
    38 °
    Mon
    39 °

    ସମ୍ବନ୍ଧିତ