Thursday, April 2, 2026
26 C
Odisha

    ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ । ପୂର୍ବରୁ E10 ପେଟ୍ରୋଲ ବିକ୍ରି ହେଉଥିଲା । ପେଟ୍ରୋଲରେ ଅଧିକ ପରିମାଣର ଇଥାନଲ ମିଶାଗଲେ, ଧୀରେ ଧୀରେ ପେଟ୍ରୋଲ ନିର୍ଭରଶୀଳତା କମିଯିବ । ମଧ୍ୟପ୍ରାଚ୍ୟରୁ ତୈଳ ଆମଦାନୀ ବାବଦରେ ଶହ ଶହ କୋଟିର ଯେଉଁ କାରବାର କରୁଛି ଭାରତ, ସେଥିରେ ବଡ଼ ସଞ୍ଚୟ କରିପାରିବ । ସାଧାରଣତଃ ଆଖୁ, ମକା ଓ ଅନ୍ୟ ଶସ୍ୟର ଖଦଡ଼ାରୁ ଇଥାନଲ ପ୍ରସ୍ତୁତ ହେଉଥିବାରୁ ଏହାର ଅଧିକ ଉତ୍ପାଦନ କୃଷି ଅର୍ଥନୀତିରେ ଅଭିବୃଦ୍ଧି ମଧ୍ୟ ଆଣିବ ।

    ଆଜିଠାରୁ ଦେଶର ସବୁ ପେଟ୍ରୋଲ ପମ୍ପରେ ବିକ୍ରି ହେବ E2୦ ପେଟ୍ରୋଲ । ଏନେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ନିୟମ ବାଧ୍ୟତାମୂଳକ କରାଯାଇଛି । ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରି ବିକ୍ରି କରିବାର ଲକ୍ଷ୍ୟ ହେଲା ଅଶୋଧିତ ପେଟ୍ରୋଲ ଆମଦାନୀ ହ୍ରାସ କରିବା । ତେବେ E 20 ପେଟ୍ରୋଲ ଯୋଗୁ ଇଞ୍ଜିନର ଦକ୍ଷତା ବଢ଼ିବା ସହ ମାଇଲେଜ୍ ମଧ୍ୟ ବଢ଼ିବ । ଯାହା ଦ୍ୱାରା ବାୟୁ ପ୍ରଦୂଷଣ ମଧ୍ୟ କମିବ । ଏହା ସହ ମକା ଚାଷୀ, ଆଖୁ ଚାଷୀ ବେଶ୍ ଲାଭବାନ୍ ହେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ