Friday, November 14, 2025
21.9 C
Odisha

    ଆଜି ନୂଆପଡା ଭୋଟ ଗଣତି, ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ନୂଆପଡ଼ା   :   ଆଜି  ନୂଆପଡା ରେଜଲ୍ଟ ଡେ ।  ସବୁ କଳ୍ପନାଜଳ୍ପନାର ଅନ୍ତ ହେବ । କିଛି ସମୟ ପରେ ଆରମ୍ଭ ହୋଇଯିବ ଭୋଟ ଗଣତି । କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ ଗଣତି ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ ୩୫୮ଟି ବୁଥ ପାଇଁ ୧୪ ଟି ଟେବୁଲରେ ୨୬ରାଉଣ୍ଡରେ ଭୋଟ ଗଣତି ହେବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ,କାଉଣ୍ଟିଂ ସୁପର ଭାଇଜର ଓ ମାଇକ୍ରୋ ଅବଜରଭର ନିୟୋଜିତ ହେବେ । ପ୍ରଥମେ ସକାଳ ୮ଟାରେ ପୋଷ୍ଟାଲ ବାଲାଟ ଗଣତି ହେବ। ଏହାପରେ ଇଭିଏମ ଭୋଟ ଗଣତି କରାଯିବ ।

    ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ରାଜ୍ୟବାସୀ ବେଶ ଉତ୍ସୁକ । ଫଳାଫଳ କହିବ କିଏ ଦଖଲ କରୁଛି ନୂଆପଡ଼ା । କାହାକୁ ନୂଆ ବିଧାୟକ ଭାବେ ବାଛିଛନ୍ତି ନୂଆପଡ଼ାବାସୀ । ବିଜେପିର ଜୟ ଢୋଲକିଆ, ନା ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ନା କଂଗ୍ରେସର ଘାସିରାମ ମାଝୀ । ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଛନ୍ତି। ତେବେ ବିଜେପି – ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହୋଇଛି। ସମସ୍ତ ଦଳ ନିଜ ପ୍ରାର୍ଥୀଙ୍କ ବିଜୟ ନେଇ ବେଶ ଆଶାବାଦୀ ଅଛନ୍ତି । ଦୃଢୋକ୍ତି କରିଛନ୍ତି ମଧ୍ୟ। ଏଥର ନୂଆପଡ଼ାରେ ରେକର୍ଡ ୯୧ ପ୍ରତିଶତ ଭୋଟିଂ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    43 %
    1.7kmh
    0 %
    Fri
    25 °
    Sat
    25 °
    Sun
    25 °
    Mon
    26 °
    Tue
    26 °

    ସମ୍ବନ୍ଧିତ