Thursday, November 6, 2025
28.5 C
Odisha

    ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ, ୧୮ ଜିଲ୍ଲାରେ ୧୨୧ଟି ଆସନରେ ଭୋଟ ଦେଉଛନ୍ତି ଜନତା

    ଆଗକୁ ପଢନ୍ତୁ

    ବିହାର  : ବିହାରରେ ପ୍ରଥମ ପର୍ଯ୍ୟାୟରେ ପାଟନା, ନାଳନ୍ଦା, ମୁଜାଫରପୁର, ଭାଗଲପୁର ଏବଂ ଲକ୍ଷ୍ମୀସରାଇ ସମେତ ୧୮ଟି ଜିଲ୍ଲାର ୧୨୧ ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେଉଛି । ୧ହଜାର ୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ୩ କୋଟି ୭୫ ଲକ୍ଷ ଭୋଟର । NDA ଓ ମହାଗଠବନ୍ଧନ ମଧ୍ୟରେ ହେଉଛି ମହାଟକ୍କର । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ସେ ରଘୋପୁର ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ମହାଗଠବନ୍ଧନ । ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିର ସତୀଶ କୁମାର ।

    ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଲାଲୁଙ୍କ ବଡ଼ ପୁଅ ଜନଶକ୍ତି ଜନତା ଦଳର ତେଜପ୍ରତାପ ଯାଦବ ମଧ୍ୟ ଭାଗ୍ୟ ପରୀକ୍ଷା କରୁଛନ୍ତି । ୨୦୨୦ ନିର୍ବାଚନରେ ଏହି ୧୨୧ ଆସନରୁ ମହାଗଠବନ୍ଧନ ୬୩ ଆସନରେ ବିଜୟୀ ହୋଇଥିଲା । ଜେଡିୟୁ ଓ ବିଜେପି ୫୫ ସିଟ୍ ଦଖଲ କରିଥିଲେ । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ। ସବୁ ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପାଇଁ ୫୦୦ରୁ ଅଧିକ କମ୍ପାନୀ CAPF ଫୋର୍ସ, ଡ୍ରୋନ୍ ଏବଂ କ୍ବିକ୍ ରିଆକ୍ସନ ଟିମ୍ ମୁତୟନ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.5 ° C
    28.5 °
    28.5 °
    55 %
    3kmh
    0 %
    Thu
    28 °
    Fri
    28 °
    Sat
    27 °
    Sun
    25 °
    Mon
    25 °

    ସମ୍ବନ୍ଧିତ