Thursday, April 2, 2026
26 C
Odisha

    ଆଜି ରଜସଂକ୍ରାନ୍ତି, ସବୁଠି ଉତ୍ସବର ମାହୋଲ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ଓଡ଼ିଶାର ଗଣପର୍ବ ରଜ। ଗତକାଲି ପହିଲି ରଜ ଥିବା ବେଳେ ଆଜି ରଜ ସଂକ୍ରାନ୍ତି। ଏଥିଲାଗି ସହରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ। ତିନିଦିନିଆ ରଜ ଉତ୍ସବର ପ୍ରମୁଖ ଦିନ। ରଜ ସଂକ୍ରାନ୍ତିରେ ଗାଁ ଆମ୍ବତୋଟାରେ ସକାଳୁ ସକାଳୁ ଶୁଭୁଛି ରଜଗୀତ । ସହରର ବିଭିନ୍ନ ପାର୍କରେ ଦୋଳି, ପାନ ଓ ପିଠା  ଭିତରେ ରଜର ଆସର ଜମିଛି। ପରମ୍ପରା ସମ୍ପନ୍ନ ରଜଗୀତରେ ଉତ୍ସବମୁଖର ପୁରପଲ୍ଲୀ ।ବିଭିନ୍ନ ସ୍ଥାନରେ ରଜଗୀତ ବାଜୁଛି, ଝିଅ ବୋହୂ ଦୋଳି ଖେଳୁଛନ୍ତି । ତା ସହିତ ପୁଚି ଖେଳ, ତାସ୍ ଖେଳ, ଲୁଡୁ ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପାରମ୍ପରିକ ପିଠା, ମିଠା, ପାନ ଏବଂ ଖାଦ୍ୟର ଧାଡ଼ି ଧାଡ଼ି ଷ୍ଟଲ ଲାଗିଛି । କେତେକ ପାର୍କରେ ମଧ୍ୟ ରଜଦୋଳି ଲାଗିଛି  । ସକାଳୁ ସକାଳୁ ପାର୍କରେ ରଜ ଦୋଳି ଖେଳର ମଜା ନେଉଛନ୍ତି ଲୋକେ। ସେହିପରି ସକାଳୁ ସକାଳୁ ପୁରୀ ଜଗନ୍ନାଥ ଧାମ ସହ ରାଜ୍ୟର ବିଭିନ୍ନ ଦେବାଳୟମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ