Sunday, April 12, 2026
25.3 C
Odisha

    ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର୍‌ ମାଓବାଦୀ

    ଆଗକୁ ପଢନ୍ତୁ

    ମାଲକାନଗିରି  :   ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର୍‌ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୁଲିସ୍‌ ନିକଟରେ ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ମେମ୍ବର ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା, ଷ୍ଟେଟ କମିଟି ସଦସ୍ୟ ବି.ପ୍ରକାଶ ଓରଫ ପ୍ରଭାତ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାଁରେ ଦେଢ କୋଟିରୁ ଅଧିକ ଟଙ୍କାର ପୁରଷ୍କାର ରାଶି ରହିଛି । ସିସି ମେମ୍ବର ପୁଲୁରି ପ୍ରସାଦ ରାଓ ଗତ ୪୫ ବର୍ରଷ ଧରି ମାଓ ସଂଗଠନ ସହ ଜଡିତ ଥିବାବେଳେ ଅନେକ ବଡ ବଡ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲା। ସେହିପରି ବି.ପ୍ରକାଶ ମଧ୍ୟ ପ୍ରାୟ ୪୦ ବର୍ଷ ଧରି ମାଓ ସଂଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡିତ ଥିଲା। ଏହି ଦୁଇ ପୁଖ୍ୟାତ ମାଓନେତାଙ୍କ ଆତ୍ମସମର୍ପଣ ପୁଲିସ୍‌ ପାଇଁ ଏକ ବଡ ସଫଳତା କୁହାଯାଉଛି। ଆଗାମୀ ଦିନରେ ଆହୁରି ଅନେକ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ପୁଲିସ ଆଶା କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ