Saturday, March 28, 2026
37.7 C
Odisha

    ଆପଣଙ୍କର ନଖ ଚୋବାଇବାର ଅଭ୍ୟାସ ଅଛି କି, ସାବଧାନ, ନହେଲେ ହେବ ଭୟଙ୍କର ରୋଗ

    ଆଗକୁ ପଢନ୍ତୁ

    ଆପଣଙ୍କର ଏପରି କିଛି ଖରାପ ଅଭ୍ୟାସ ଅଛି କି? ଦାନ୍ତରେ ସବୁବେଳେ ନଖକୁ କାମୁଡୁଛନ୍ତି କି? ଏବେଠୁ ହୋଇଯାଆନ୍ତୁ ସାବଧାନ। ନହେଲେ ଆଗକୁ ହୋଇପାରେ ବଡ଼ ରୋଗ। ଦାନ୍ତରେ ବାରମ୍ବାର ନଖ କାମୁଡ଼ିବା ଦ୍ୱାରା ଆପଣଙ୍କ ନଖର ଚର୍ମରେ ଯନ୍ତ୍ରଣା ହେବା ସହ ନଖରେ ବଢୁଥିବା ଟିସୁକୁ ନଷ୍ଟ କରିପାରେ। ନଖ କାମୁଡ଼ିବା ଅଭ୍ୟାସ ହେତୁ ହାତର ମଇଳା ପେଟକୁ ଯାଏ ଏବଂ ସେମାନେ ସଂକ୍ରମିତ ହୁଅନ୍ତି। ଡାକ୍ତରଙ୍କ ମତରେ ତୁରନ୍ତ ଏହି କାର୍ଯ୍ୟରୁ ବାହାରିବା ଉଚିତ। ଆସନ୍ତୁ ଜାଣିବା ଏଥିରୁ କିପରି ମୁକ୍ତି ପାଇବେ :-

    ଆପଣ ନିଜର ନଖକୁ ଛୋଟ ରଖନ୍ତୁ । ଯେପର୍ଯ୍ୟନ୍ତ ଆପଣଙ୍କ ନଖ ଛୋଟ ରହିଥିବ ସେପର୍ଯ୍ୟନ୍ତ ଆପଣ ତାକୁ ସହଜରେ ପାଟିରେ ଚୋବେଇ ପାରିବେ ନାହିଁ ।

    ନଖ କାଟିବା ପ୍ରକ୍ରିୟାକୁ ବାରମ୍ବାର ଦୋହରାଇବାକୁ ହେବ । କାହିଁକିନା ନଖ ବହୁତ ଶୀଘ୍ର ବଢିଥାଏ।

    ମେନିକିୟର କରିବା ଦ୍ୱାରା ନଖକୁ ସୁନ୍ଦର କରାଯାଇଥାଏ। ଯେବେ ଆପଣଙ୍କ ନଖ ଦେଖିବାକୁ ସୁନ୍ଦର ହୋଇଥାଏ। ଯେଉଁଥିପାଇଁ ଏହାକୁ ଚୋବେଇବାରୁ ରକ୍ଷା ପାଇଥାଏ।

    ଏହି ଅଭ୍ୟାସରୁ ମୁକ୍ତି ପାଇବାକୁ ହେଲେ ଆପଣ ନଖରେ ଖରାପ ସ୍ୱାଦର ନେଲପଲିସ ଲଗେଇ ପାରିବେ। ଯେତେବେଳେ ଆପଣ ନଖ ଚୋବେଇବେ ତାହାର ଖରାପ ସ୍ୱାଦ ଆପଣଙ୍କୁ ପାଟିକୁ ନନେବା ପାଇଁ ସାହାଯ୍ୟ କରି ପାରିବ।

    ଆପଣ ନିଜର ନଖରେ କୌଣସି ନଖ ଏକସେଶରୀଯ ବ୍ୟବହାର କରନ୍ତୁ କିମ୍ବା କୌଣସି ବ୍ୟାଣ୍ଡେଜରେ ଏହାକୁ କଭର କରି ଦିଅନ୍ତୁ। ଏମିତି କରିବା ଦ୍ୱାରା ନଖ ଚୋବାଇବା ଅଭ୍ୟାସରୁ ଆପଣ ମୁକ୍ତି ପାଇପାରିବେ।

    ଆପଣ ଏହା ଜାଣିବାକୁ ଚେଷ୍ଟା କରନ୍ତୁ କି କେଉଁ ପରିସ୍ଥିତିରେ ଆପଣଙ୍କୁ ନଖ ଚୋବାଇବାକୁ ଇଚ୍ଛା ହେଉଛି। ତାସହିତ ଆପଣ ନିଜର ଭାବନାକୁ ଡାଇଭର୍ଟ କରନ୍ତୁ ଯାହା ଦ୍ୱାରା ଆପଣଙ୍କର ନଖ ଚୋବାଇବା ଅଭ୍ୟାସ କମ ହୋଇଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    17 %
    4.7kmh
    1 %
    Sat
    38 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ