Thursday, September 19, 2024
25.2 C
Odisha

    ଆପଣଙ୍କ ପାଚନକ୍ରିୟା ଠିକ ଭାବରେ କାମ କରୁଛି ତ?

    ଆଗକୁ ପଢନ୍ତୁ

    ଆପଣଙ୍କ ପାଚନକ୍ରିୟା ଠିକ ଭାବରେ କାମ କରୁଛି ତ?

    ପ୍ରାୟ ସମୟରେ ପେଟ ଭିତରେ ଅଜବ ଧରଣର କଷ୍ଟ ହେଉଛି କି ? ଖାଦ୍ୟ ଖାଇବା କଥା ଭାବିବା ମାତ୍ରେ ଡର ଲାଗୁଛି କି ? ବାରମ୍ବାର ଶୌଚାଳୟ ଦୌଡିବାକୁ ପଡୁଛି କି ? ଏହିସବୁ ଲକ୍ଷଣ ହେଉଛି ପେଟ ଠିକ ଭାବରେ କାମ କରୁ ନଥିବାର ସଙ୍କେତ । ପେଟ ଖରାପ ହେବା ତଥା ଠିକ ଭାବେ କାମ ନକରିବାର ଅନେକ ପ୍ରକାର କାରଣ ରହିଛି । ପ୍ରାୟ ସମୟରେ ଏହା ଫୁଡ ପଏଜନିଙ୍ଗ କିମ୍ବା ଗ୍ୟାଷ୍ଟ୍ରିକ ସମସ୍ୟା କାରଣରୁ ହୋଇଥାଏ । ମାତ୍ର ଯଦି ଆପଣଙ୍କ ପେଟ ପ୍ରାୟ ସମୟରେ ଖରାପ ରହୁଛି, ତେବେ ଏହା ଏକ ବଡ଼ ସମସ୍ୟା ର ସଙ୍କେତ ହୋଇପାରେ । ଆମେ କହିବାକୁ ଯାଉଥିବା ଏହି ଲକ୍ଷଣ ଗୁଡିକ ମଧ୍ୟରୁ ଯଦି କୌଣସି ବି ଲକ୍ଷଣ ଆପଣ ଅନୁଭବ କରୁଛନ୍ତି, ତେବେ ଆପଣଙ୍କ ପେଟ ଠିକ ଭାବରେ କାମ କରୁନାହିଁ ବୋଲି ନିଶ୍ଚିନ୍ତ ହୋଇଯାଆନ୍ତୁ ଏବଂ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

    1. ପ୍ରାୟ ସମୟରେ ଡାଇରିଆ ପରି ଲକ୍ଷଣ : ଯଦି ଆପଣଙ୍କୁ ଦୈନିକ ସ୍ଵଭାବିକ ମାତ୍ରାଠାରୁ ଅଧିକ ଥର ଶୌଚଳୟ ଦୌଡ଼ିବାକୁ ପଡୁଛି, ପେଟ ମୋଡ଼ି ହେବା ସହ ପତଳା ଝାଡା ଓ ବାରମ୍ବାର ବାନ୍ତି ହେଉଛି ତେବେ ଏହା ଡାଇରିଆ ର ଏକ ଲକ୍ଷଣ । ସାଧାରଣତଃ ଡାଇରିଆ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଠିକ ହୋଇ ଯାଇଥାଏ । ମାତ୍ର ଆପଣଙ୍କ କ୍ଷେତ୍ରରେ ଯଦି ଏହା ଅଧିକ ଦିନ ଯାଏଁ ରହୁଛି,ତେବେ ଏହା ଖରାପ ଷ୍ଟମାକ ହେଲଥ ର ଏକ ସୂଚନା ହୋଇପାରେ । କ୍ରନିକ ଡାଇରିଆ ବା ଅଧିକ ଦିନ ଯାଏଁ ଲାଗି ରହୁଥିବା ଝାଡାବାନ୍ତି ନିଶ୍ଚିତ ରୂପେ ଏକ ଚିନ୍ତାର ବିଷୟ । ଏହିସବୁ ଲକ୍ଷଣରୁ ମୁକ୍ତି ପାଇବା ପାଇଁ ତ ଅନେକ ପ୍ରକାର ମେଡିସିନ ସହଜରେ ଉପଲବ୍ଧ, ମାତ୍ର ବାରମ୍ବାର ଦେଖା ଯାଉଥିବା ଏସବୁ ଅସୁବିଧା ନିମନ୍ତେ ଡାକ୍ତରଙ୍କ ପରାମର୍ଶ କ୍ରମେ ଯଥାଶୀଘ୍ର ଆବଶ୍ୟକ ଚିକିତ୍ସା କରାଇ ନେବା ଅତ୍ୟନ୍ତ ଜରୁରୀ।
    2. ଖାଦ୍ୟ ଖାଇବା ପରେ ପେଟରେ ତୀବ୍ର ଯନ୍ତ୍ରଣା : ସୁସ୍ଵାଦୁ ଖାଦ୍ୟ ଖାଇବା ସମସ୍ତଙ୍କୁ ଭଲ ଲାଗେ । ଏହା ଏକ ଆନନ୍ଦଦାୟକ ଅନୁଭୂତି ହେବା ସହ ଆମ ଶରୀର ପାଇଁ ଇନ୍ଧନ ଯୋଗାଇବାର କାମ କରିଥାଏ । କିନ୍ତୁ ଯଦି ଖାଇବା ପରେ ଆପଣଙ୍କ ପେଟରେ ତୀବ୍ର ଯନ୍ତ୍ରଣା ହେଉଛି, ତେବେ ଖାଦ୍ୟ ଖାଇବା ଏକ କଷ୍ଟକର ବ୍ୟାପାର ହୋଇପାରେ । ବେଳେବେଳେ କୌଣସି କାରଣରୁ ପେଟରେ ଯନ୍ତ୍ରଣା ହେବା ସ୍ଵଭାବିକ । କିନ୍ତୁ ଯଦି ଆପଣ ଭୋଜନ କରିବା ସମୟରେ ପ୍ରାୟ ପ୍ରତ୍ୟେକ ଥର ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଏହା ସମସ୍ୟାର ଏକ ସଙ୍କେତ ହୋଇପାରେ ।
    3. ବାରମ୍ବାର ଛାତିରେ ଜଳାପୋଡା : ଛାତିରେ ଜଳାପୋଡାର ଅନୁଭବ ଏବଂ ଆମ୍ବିଳା ହାକୁଟି ନିହାତି ଭାବରେ ଏକ ଅପ୍ରୀତିକର ଅନୁଭବ ଅଟେ । ସାଧାରଣତଃ ତୈଳଯୁକ୍ତ କିମ୍ବା ଅମ୍ଳିୟ ଖାଦ୍ୟ ଖାଇବା ପରେ ଏହିପରି ଲକ୍ଷଣ ଦେଖା ଦେଇଥାଏ । ମାତ୍ର ଆପଣଙ୍କ କ୍ଷେତ୍ରରେ ଯଦି ଛାତିରେ ଜଳାପୋଡା ବାରମ୍ବାର ହେଉଛି ତେବେ ଏହା gastroesophageal reflux disease ବା GERD ର ଏକ ଲକ୍ଷଣ ହୋଇପାରେ । ଏହିପରି ଲକ୍ଷଣ ଯଦି ଆପଣ ସପ୍ତାହକୁ ଦୁଇରୁ ଅଧିକ ଥର ଲକ୍ଷ୍ୟ କରୁଛନ୍ତି, ତେବେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
    4. ଖାଦ୍ୟକୁ ଗିଳିବାରେ ଅସୁବିଧା ହେବା : ଏହି ପ୍ରକାର ସମସ୍ୟା କୁ ଡାକ୍ତରୀ ଭାଷାରେ Dysphagia ବୋଲି କୁହାଯାଏ । ଖାଦ୍ୟ ଖାଇବା ସମୟରେ ଏହିପରି ଅସୁବିଧା ହେବା ଏକ ଅତ୍ୟନ୍ତ ସାଧାରଣ କଥା । ପ୍ରାୟ ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ଏହି ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ମାତ୍ର ଯଦି ଏହି ଲକ୍ଷଣ ଅଧିକ ସମୟ ଯାଏଁ ଜାରି ରୁହେ ତେବେ ଏହା ଏକ ଗମ୍ଭୀର ସମସ୍ୟାର ରୂପ ନେଇପାରେ । ଯଦି ଆପଣ ଖାଦ୍ୟ ଗିଳିବା ସମୟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ଏହି ସମୟରେ ଶ୍ଵାସକ୍ରିୟା ରେ ଅସୁବିଧା କିମ୍ବା କାଶ ହେଉଛି ତେବେ ଆପଣ ଡାକ୍ତରୀ ଯାଞ୍ଚ କରାଇ ନେବା ଆବଶ୍ୟକ ।
    5. ପେଟରେ ହଠାତ ପ୍ରବଳ ଯନ୍ତ୍ରଣା : ପ୍ରାୟତଃ ସମସ୍ତେ ଜୀବନରେ କେବେ ନା କେବେ ପେଟ ଯନ୍ତ୍ରଣା ଅନୁଭବ କରିଥିବେ । ଏହି ଯନ୍ତ୍ରଣା ହୁଏତ ଗ୍ୟାସ ଜନିତ ହୋଇପାରେ କିମ୍ବା କିଛି କ୍ଷେତ୍ରରେ viral gastroenteritis ପରି ଷ୍ଟମାକ ଇନଫେକ୍ଶନ କାରଣରୁ ହୋଇପାରେ । ମାତ୍ର ବେଳେବେଳେ ଏହା ଅଧିକ ଗମ୍ଭୀର ସମସ୍ୟା ଯେପରି କି ଅପେଣ୍ଡିସାଇଟିସ ର ଲକ୍ଷଣ ମଧ୍ୟ ହୋଇପାରେ । ଯଦି ଆପଣଙ୍କୁ ଲାଗୁଛି କି ହେଉଥିବା ଯନ୍ତ୍ରଣା ସହନୀୟ ଏବଂ ଘରେ ଏହାର ଉପଚାର କରି ହେବ, ତେବେ ଆପଣ ତରଳ ହାଲୁକା ଖାଦ୍ୟ ଖାଇ ପେଟକୁ ଆରାମ ଦେଇ ପାରିବେ । ମାତ୍ର ପେଟରୁ ଆରମ୍ଭ ହୋଇଥିବା ଏହି ଯନ୍ତ୍ରଣା ଯଦି ଛାତି,ବେକ କିମ୍ବା କାନ୍ଧରେ ମଧ୍ୟ ହେଉଛି ଏବଂ ଚବିଶ ଘଣ୍ଟା ପରେ ମଧ୍ୟ ଏଥିରୁ ଉପଶମ ମିଳୁନାହିଁ ତେବେ ଏହା ଏକ ଗମ୍ଭୀର ସମସ୍ୟାର ସଙ୍କେତ ହୋଇପାରେ । ଯଥାଶୀଘ୍ର ଡାକ୍ତରୀ ଯାଞ୍ଚ କରାଇ ନେବା ଜରୁରୀ ।
    6. ଭୋକ ନ ଲାଗିବା : ଅଧିକାଂଶ ଲୋକ ସୁସ୍ଵାଦୁ ଭୋଜନ କରିବାକୁ ଆଗ୍ରହୀ ଥାଆନ୍ତି । ସେମାନଙ୍କୁ ସଠିକ ଭାବରେ ଭୋକ ହେବା ସହିତ ନାନା ପ୍ରକାରର ବ୍ୟଞ୍ଜନର ସ୍ଵାଦ ନେବାକୁ ସେମାନେ ଆଗ୍ରହୀ ଥାଆନ୍ତି । ମାତ୍ର ବେଳେବେଳେ କିଛି ଲୋକଙ୍କୁ ଢେର ସମୟ ଯାଏଁ ଭୋକ ଲାଗେ ନାହିଁ କିମ୍ବା କିଛି ଖାଇବାକୁ ଆଗ୍ରହ ଆସେ ନାହିଁ । ସାମୟିକ ଭାବରେ ଭୋକ ନ ଲାଗିବା ଅନେକ ସମୟରେ ସାଧାରଣ ଭୂତାଣୁ ବା ବାକ୍ଟେରିଆ ଇନଫେକ୍ଶନ କାରଣରୁ ହୋଇପାରେ । ମାତ୍ର ଯଦି ଏପରି ଅବସ୍ଥା ଅଧିକ ସମୟ ଯାଏଁ ଜାରି ରୁହେ, ତେବେ ଏହା ପାଚନ ଜନିତ କୌଣସି ଗମ୍ଭୀର ସମସ୍ୟାର ଲକ୍ଷଣ ହୋଇପାରେ ।
    7. ବାରମ୍ବାର ବାନ୍ତି ହେବା : ଯଦି ଆପଣ ପ୍ରାୟ ସମୟରେ ବାନ୍ତି କରିବା ପରି ଅନୁଭବ କରୁଛନ୍ତି କିମ୍ବା ପ୍ରାୟ ସମୟରେ ଆପଣଙ୍କର ବାନ୍ତି ହେଉଛି, ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ପେଟ ଠିକ ଭାବରେ କାମ କରୁନାହିଁ । ଯଦି ଜୀବାଣୁ କିମ୍ବା ଭୂତାଣୁ ଜନିତ ସଂକ୍ରମଣ କାରଣରୁ ବାନ୍ତି ହେଉଥାଏ ତେବେ ଏହା ସାଧାରଣତଃ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଠିକ ହୋଇଯାଏ । ମାତ୍ର ବାରମ୍ବାର ଓ ଦୀର୍ଘ ସମୟ ଯାଏଁ ବାନ୍ତି ଲାଗି ରହିଲେ ଖାଦ୍ୟ ଖାଇବା ପ୍ରତି ମଧ୍ୟ ଆଗ୍ରହ କମିଯାଏ ଏବଂ ଅଧିକ ଅସୁସ୍ଥ ହୋଇପଡିବା ର ଆଶଙ୍କା ବଢିଯାଏ । ଏପରି କ୍ଷେତ୍ରରେ ବିଳମ୍ବ ନକରି ଡାକ୍ତରୀ ଯାଞ୍ଚ ତଥା ଚିକିତ୍ସା କରାଇ ନେବା ଆବଶ୍ୟକ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ