ଭାରତ ଉପରେ ଆମେରିକା ଲଗାଇପାରେ ୫ ଶହ ପ୍ରତିଶତ ଟାରିଫ୍ । ରୁଷରୁ ତେଲ, ଗ୍ୟାସ ଏବଂ ୟୁରାନିୟମ କିଣୁଥିବା ବିଭିନ୍ନ ଦେଶଙ୍କ ଉପରେ ୫ ଶହ ପ୍ରତିଶତ ଟାରିଫ୍ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲକୁ ଶୀଘ୍ର ଅନୁମୋଦନ କରିବାର ସମ୍ଭାବନା ରହିଛି । ଏଦିଗରେ ଜୋରଦାର ଜାରି ରହିଛି ପ୍ରକ୍ରିୟା । ଫଳରେ ଭାରତ ସମେତ ଚୀନକୁ ସିଧା ଟାର୍ଗେଟ୍ କରିଛି ଆମେରିକା । ବ୍ରାଜିଲ ସମେତ ଅନ୍ୟଦେଶ ମଧ୍ୟ ଏହାଦ୍ବାରା ପ୍ରଭାବିତ ହେବେ । ରୁଷର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଆମେରିକା ନାନା କଟକଣା ଜାରି କରୁଥିବା ବେଳେ ଟାରିଫକୁ ପ୍ରମୁଖ ଅସ୍ତ୍ର କରିଛି । ସେପଟେ ନିଜ ଦେଶର ସ୍ୱାର୍ଥରକ୍ଷା ପାଇଁ କାମ କରୁଥିବା ବାରମ୍ବାର କହିଆସୁଛି ଭାରତ । ଭାରତକୁ ପୋଲାଣ୍ଡ ସମର୍ଥ କରିବା ସହିତ ଦୃଢ଼ ନିଷ୍ପତ୍ତିକୁ ସ୍ଗାଗତ କରିଛି । ଆମେରିକା ସହ ସମ୍ପର୍କ ତିକ୍ତ ହେବା ପରେ ଅନ୍ୟଦେଶଙ୍କ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ବଢ଼ାଉଛି ଭାରତ ।
ଶୀଘ୍ର ୫୦୦% ଟାରିଫ୍ !
ଆମେରିକାରେ ନୂଆ ବିଲ୍
ରୁଷରୁ ତେଲ କିଣିବା ପାଇଁ ୫୦୦ % ଟାରିଫ୍
ଆମେରିକା ସିନେଟର ଲିଣ୍ଡସେ ଗ୍ରାହାମ ଆଣିଛନ୍ତି ବିଲ୍
ଖୁବଶୀଘ୍ର ଅନୁମୋଦନ କରିପାରନ୍ତି ରାଷ୍ଟ୍ରପତି ଟ୍ରମ୍ପ
ସିଧା ଭାରତ ଓ ଚାନକୁ ଆମେରିକାର ଟାର୍ଗେଟ୍
ରୁଷରୁ ତେଳ କିଣୁଥିବା ଅନ୍ୟଦେଶ ବି ପ୍ରଭାବିତ ହେବେ
ରୁଷରୁ ଗ୍ୟାସ୍ ଓ ୟୁରାନିମୟ କିଣୁଥିବା ଦେଶ ପ୍ରଭାବିତ ହେବେ
ରୁଷ୍ ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଆମେରିକା ନିଷ୍ପତ୍ତି

