Saturday, January 24, 2026
18.4 C
Odisha

    ଆଳୁ ଦର ପୁଣି ବଢ଼ିବା ଆଶଙ୍କା: ଆଳୁ ଗାଡ଼ିକୁ ଅଟକାଇଲେ ମମତା

    ଆଗକୁ ପଢନ୍ତୁ

    ପୁଣିଥରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଆଳୁଗାଡ଼ିକୁ ଅଟକା ଯାଇଛି । ଯାଞ୍ଚ କରିବା ବାହାନାରେ ପଶ୍ଚିମବଙ୍ଗ ଅଧିକାରୀ ଆଳୁଗାଡ଼ିଗୁଡ଼ିକୁ ଅଟକାଇଛନ୍ତି । ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ଠାରୁ ପ୍ରାୟ ୨୫ କିଲୋମିଟର ଦୂର ବେଲଦାରେ ଓଡ଼ିଶାକୁ ଆସୁଥିବା ଆଳୁଗାଡ଼ିକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଅଟକାଇଛନ୍ତି। ଏକ ମୌଖିକ ନିର୍ଦ୍ଦେଶ ପରେ ଏଭଳି କରାଯାଇଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି। ଏନେଇ ପଶ୍ଚିମବଙ୍ଗ ଅଧିକାରୀଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପଶ୍ଚିମବଙ୍ଗ ସରକାରଙ୍କ ଅନୁମତି ପରେ ହିଁ ଆଳୁ ଟ୍ରକ୍ ଓଡ଼ିଶାରେ ପ୍ରବେଶ କରିବ ବୋଲି ଟ୍ରକ୍ ଡ୍ରାଇଭର କହିଛନ୍ତି । ଗତ ରାତି ଅଧରୁ ଆଳୁ ଟ୍ରକ୍ ଅଟକାଯିବା କାରଣ ସ୍ପଷ୍ଟ ହୋଇନାହିଁ । ଆଳୁଗାଡ଼ିଗୁଡିକୁ ପଶ୍ଚିମବଙ୍ଗ ପୁଲିସ ଜଗି ରହିଥିବା କୁହାଯାଉଛି।
    ଓଡ଼ିଶାକୁ ଆଳୁ ନେଇ ଆସିବା ବେଳେ ପଶ୍ଚିମବଙ୍ଗ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ୬୦ନମ୍ବର ଜାତୀୟ ରାଜପଥ ବେଲଦା ନିକଟରେ ଏସବୁକୁ ଅଟକାଯାଇଛି । ପଶ୍ଚିମବଙ୍ଗରେ ଆଳୁ ଦର ହ୍ରାସ ନ ପାଇବା ପର୍ଯ୍ୟନ୍ତ ବାହାର ରାଜ୍ୟକୁ ଆଳୁ ଯୋଗାଣ ହେବ ନାହିଁ ବୋଲି ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.4 ° C
    18.4 °
    18.4 °
    29 %
    1.7kmh
    0 %
    Sat
    18 °
    Sun
    30 °
    Mon
    31 °
    Tue
    32 °
    Wed
    33 °

    ସମ୍ବନ୍ଧିତ