Saturday, April 11, 2026
27.5 C
Odisha

    ଆସନ୍ତୁ ଜାଣିବା କ୍ରିସମାସ ଟ୍ରିର ଇତିହାସ

    ଆଗକୁ ପଢନ୍ତୁ

    ବର୍ଷର ଶେଷ ମାସ ଡିସେମ୍ବର ଆସିବା ମାତ୍ରକେ ଆମ ମନକୁ କିଛିଟା କଥା ଆସିଥାଏ, ଯେପରିକି ଡିସେମ୍ବର ୨୫, କ୍ରିସମାସ ଟ୍ରି, ସାଣ୍ଟାକ୍ଲଜ ଇତ୍ୟାଦି। କ୍ରିସମାସରେ ପ୍ରସ୍ତୁତ ହେଉଥିବା କ୍ରିସମାସ ଟ୍ରି ଆଜି ସାରା ବିଶ୍ୱରେ ପ୍ରସିଦ୍ଧ ଅଟେ, କ୍ରିସମାସ ଟ୍ରି ରଙ୍ଗବେରଙ୍ଗ ଆଲୋକ ଓ ଉପହାରରେ ସଜାଇ ଯାଇଥାଏ, ଖ୍ରୀଷ୍ଟ ଧର୍ମର ମାନ୍ୟତା ଅନୁସାରେ କ୍ରିସମାସ ଟ୍ରି କୁ ୩ଟି ପଏଣ୍ଟରେ ଦର୍ଶାଯାଇଥାଏ, ଯେପରିକି ପରମେଶ୍ୱରଙ୍କ ରୂପ, ପୁତ୍ର ଓ ପବିତ୍ର ଆତ୍ମାର ରୂପ ଭାବରେ।

    ପ୍ରାଚୀନ କାଳରେ କ୍ରିସମାସ ଟ୍ରି –
    ମାନ୍ୟତା ଅନୁସାରେ ପ୍ରାଚୀନ କାଳରେ ରୋମ ବାସୀ ଫର ବୃକ୍ଷକୁ ନିଜ ଚର୍ଚ୍ଚରେ ସଜାଉଥିଲେ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁଥିବା ବ୍ୟକ୍ତି ଯୀଶୁଙ୍କ ଅନନ୍ତ ଜୀବନର ପ୍ରତୀକ ଭାବରେ ଏହି ବୃକ୍ଷକୁ ସଜାଉଥିଲେ।

    କୁହାଯାଏ ଯେ ହଜାର ହଜାର ବର୍ଷ ପୂର୍ବେ ଉତ୍ତର ୟୁରୋପରୁ କ୍ରୀସ୍ମାସ ଟ୍ରି ସଜାଇବାର ପରମ୍ପରା ଆରମ୍ଭ ହୋଇଥିଲା, ସେହି ସମୟରେ କ୍ରିସମାସ ଟ୍ରି କୁ ସିଲିଂ ଫ୍ୟାନରେ ଟାଙ୍ଗା ଯାଉଥିଲା, ଏବଂ ଈସାଈ ଧର୍ମର ଲୋକଙ୍କ ମନରେ ଏହା ଗୋଟିଏ ଉତ୍ସାହ ଭରୁଥିଲା।ଅନ୍ୟ ତଥ୍ୟ ଅନୁସାରେ କୁହାଯାଏ ଯେ ସନ୍ତ ବୋନିଫେସ ଇଂଲଣ୍ଡ ଛାଡି ଜର୍ମାନ ଲୋକଙ୍କୁ ଇଷା ମସିହାଙ୍କ ସନ୍ଦେଶ ଶୁଣାଇବା ପାଇଁ ଜର୍ମାନୀ ଯାଇଥିଲେ, ସେଠାରେ ସେ ଦେଖିଲେ ଲୋକେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଓକ ବୃକ୍ଷ ମୂଳରେ ଛୋଟ ଶିଶୁକୁ ବଳି ଦେଉଥିଲେ, ଏବଂ ସଂଥ ବୋନିଫେସ କ୍ରୋଧିତ ହୋଇ ସେହି ବୃକ୍ଷକୁ କାଟିଦେଲେ। ସେହି ସ୍ଥାନରେ ଫରର ଗୋଟିଏ ବୃକ୍ଷ ଲଗାଇ ତାହାକୁ ସଜାଇ ଯୀଶୁଙ୍କ ଜନ୍ମର ପ୍ରତୀକ ଭାବରେ ମହମବତୀ ଜଳାଇଥିଲେ। ସେହି ସମୟରୁ କ୍ରୀସ୍ମାସ ଟ୍ରି ସଜାଇବାର ପରମ୍ପରା ଆରମ୍ଭ ହେଲା।

    କେଉଁଠି ପ୍ରଥମେ ସଜ୍ଜିତ ହେଲା କ୍ରିସମାସ ଟ୍ରି –
    ଜର୍ମାନୀ ରେ ପ୍ରଥମ ଥର ୧୬୦୫ ରେ କାଗଜର ଗୋଲାପ ଫୁଲରେ, ଫଳ ଓ ଚକୋଲେଟ ଦ୍ୱାରା କ୍ରିସମାସ ଟ୍ରି ସଜ୍ଜିତ ହୋଇଥିଲା, ପୂର୍ବରୁ କ୍ରିସମାସ ଟ୍ରି ଉପରେ ବାଳକ ଯୀଶୁଙ୍କ ଷ୍ଟାଚୁ ରହୁଥିଲା, ପରେ ଏହି ସ୍ଥାନରେ ଆଞ୍ଜେଲର ଷ୍ଟାଚୁ ରହିଲା, ପରେ ଜହ୍ନ ତାରା ଇତ୍ୟାଦି କ୍ରିସମାସ ଟ୍ରିରେ ରହିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ