Thursday, April 9, 2026
35.5 C
Odisha

    ଆସାମ, କେରଳ ଓ ପୁଡୁଚେରୀରେ ଭୋଟ୍, ୬ଟା ଯାଏଁ ହେବ ମତଦାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭୋଟ ଦେଉଛି ଆସାମ, କେରଳ ଓ ପୁଡୁଚେରୀ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମତଦାନ । ଗୋଟିଏ ପର୍ଯ୍ୟାୟରେ ହେଉଥିବା ମତଦାନର ଫଳାଫଳ ଆସନ୍ତା ମେ ୪ ତାରିଖରେ ପ୍ରକାଶ ପାଇବ । ଆସାମର ୧୨୬ ବିଧାନସଭା ଆସନ ପାଇଁ ହେବ ଭୋଟିଂ । ବିଜେପି ନେତୃତ୍ୱାଧୀନ ମେଣ୍ଟ ଏବଂ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର ହେଉଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପାଇଁ ନିଜର ଗଡ଼ ରକ୍ଷା କରିବା ଏକ ବଡ଼ ଆହ୍ୱାନ । ବନ୍ୟା ନିୟନ୍ତ୍ରଣ, ବିଦେଶୀ ଅନୁପ୍ରବେଶ ଏବଂ ଆର୍ଥିକ ବିକାଶ ଭଳି ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ାଯାଉଛି । କେରଳର ୧୪୦ଆସନରେ ପାଇଁ ମତଦାନ କରିବେ ଜନତା । ଦକ୍ଷିଣ ଭାରତର ଏହି ରାଜ୍ୟରେ ପ୍ରତି ୫ ବର୍ଷରେ ସରକାର ବଦଳିବାର ନଜର ରହିଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ନେତୃତ୍ୱରେ ବାମପନ୍ଥୀ ମେଣ୍ଟ LDF ତୃତୀୟ ଥର ପାଇଁ କ୍ଷମତାକୁ ଫେରିବାକୁ ଆଶା ରଖିଛି । କଂଗ୍ରେସ ନେତୃତ୍ୱାଧୀନ UDF ଏବଂ ବିଜେପି ସହ ଚାଲିଛି କଡ଼ା ମୁକାବିଲା ।

    ଜନକଲ୍ୟାଣକାରୀ ଯୋଜନା ଓ ବେକାରୀ ସମସ୍ୟା କେରଳ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ । ପୁଡୁଚେରୀରେ ୩୦ ଆସନରେ ହେବ ଭୋଟିଂ । କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗାସ୍ୱାମୀଙ୍କ AINRC ଏବଂ ବିଜେପି ମେଣ୍ଟ କ୍ଷମତାରେ ରହିଛନ୍ତି । ବିରୋଧୀ କଂଗ୍ରେସ ଏବଂ ଡିଏମକେ ମେଣ୍ଟ ସହ ହେବ ମୁକାବିଲା । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବ୍ୟାପକ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି । ଆଜି ମତଦାନ ପରେ ଏପ୍ରିଲ ୨୩ରେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ରେ ଅନୁଷ୍ଠିତ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.5 ° C
    35.5 °
    35.5 °
    23 %
    1.7kmh
    87 %
    Thu
    38 °
    Fri
    38 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ