Saturday, April 4, 2026
36.1 C
Odisha

    ଆୟକର କ୍ଷେତ୍ରରେ ବଡ଼ ଖବର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆସନ୍ତା ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ୨୦୨୪ ଆଗତ କରିବେ । ଏହି ବଜେଟ ଉପରେ ଏବେ ସାରା ଦେଶବାସୀଙ୍କ ନଜର ରହିଛି । ତେବେ ଏଥର ଅର୍ଥମନ୍ତ୍ରୀ ଇନକମ୍ ଟ୍ୟାକ୍ସ ରିଲିଫ୍ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଶେଷ କରି ବେତନ ଶ୍ରେଣୀର ଜନସାଧାରଣ ଓ ଟ୍ୟାକ୍ସ ପ୍ରଦାତ୍ତାମାନେ କିଛିଟା ଆଶ୍ୱସ୍ତି ପାଇବା ପାଇଁ ଆଶା ରଖିଛନ୍ତି । ବିଭିନ୍ନ ଶ୍ରେଣୀର ଲୋକମାନେ ଟ୍ୟାକ୍ସ ଛାଡ଼ ନେଇ ଆଶାବାଦୀ ରହିଛନ୍ତି ।ଏଥର ବଜେଟରେ ଟ୍ୟାକ୍ସ ସ୍ଲାବରେ କିଛିଟା ପରିବର୍ତ୍ତନ କରାଯାଇ ଏକ ସମାନ ଓ ପ୍ରଗତିଶୀଳ ଆୟକର ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଇପାରେ । ଏହା ସମାଜର ମଧ୍ୟମ ଶ୍ରେଣୀର ଲୋକଙ୍କ ଆୟକର ହାର ହ୍ରାସ କରିପାରେ । ନୂତନ ଟିକସ ବ୍ୟବସ୍ଥାରେ ବର୍ତ୍ତମାନ ସର୍ବାଧିକ ସରଚାର୍ଜ ୨୫ ପ୍ରତିଶତ ରହିଥିବା ବେଳେ ତାହା ପୂର୍ବ ଟ୍ୟାକ୍ସ ଢାଞ୍ଚା ୩୭ ପ୍ରତିଶତରୁ ହ୍ରାସ ପାଇଛି । ତେଣୁ ନୂଆ ଟ୍ୟାକ୍ସ ବ୍ୟବସ୍ଥାର ସୁଫଳ ପାଇବା ପାଇଁ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯାଇପାରେ ।କେନ୍ଦ୍ର ସରକାର ଏଥର ବଜେଟରେ ଆୟକର ଅଧିନିୟମର ସେକ୍ସନ୮୦ସିକୁ ନେଇ ଆୟକର ଛାଡ଼ ସୀମା ବୃଦ୍ଧି ପ୍ରସ୍ତାବ ଉପରେ କିଛି ଘୋଷଣା କରିବା ନେଇ ବେତନଭୋଗୀ ଶ୍ରେଣୀ ଆଶାବାଦୀ ରହିଛନ୍ତି । ୨୦୧୪-୧୫ ଆର୍ଥିକ ବର୍ଷରେ ଆୟକର ଛାଡ଼ ସୀମା ୧.୫ ଲକ୍ଷ ରହିଥିବା ବେଳେ ସେ କ୍ଷେତ୍ରରେ ଏବେ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ତେଣୁ ଉକ୍ତ ଛାଡ଼ ସୀମା ୧.୫ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରି କେନ୍ଦ୍ର ସରକାର ଅନେକ ବେତନଭୋଗୀଙ୍କୁ ଆଶ୍ୱସ୍ତି ଦେଇ ପାରନ୍ତି । ୨୦୧୮ କେନ୍ଦୀୟ ବଜେଟରେ ବେତନ ଶ୍ରେଣୀଙ୍କ ପାଇଁ ବାର୍ଷିକ ୪୦ ହଜାର ଷ୍ଟାଣ୍ଡାର୍ଡ ଡିଡକ୍ସନ ଘୋଷଣା କରାଯାଇଥିଲା । ସେହିପରି ୨୦୧୯ ଅନ୍ତରୀଣ ବଜେଟରେ ଉକ୍ତ ସୀମା ୫୦ ହଜାରକୁ ବୃଦ୍ଧି କରାଯାଇଥିଲା । ତା’ ପରଠାରୁ ଉକ୍ତ ଷ୍ଟାଣ୍ଡାର୍ଡ ଡିଡକ୍ସନ ଅର୍ଥରାଶିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେଣୁ ଏଥର ଅର୍ଥମନ୍ତ୍ରୀ ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ବାର୍ଷିକ ୧ ଲକ୍ଷକୁ ବୃଦ୍ଧି କରିପାରନ୍ତି ବୋଲି ଆଶା କରାଯାଉଛ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ