Thursday, April 2, 2026
37.1 C
Odisha

    ଆୟୁଷ୍ମାନରେ ସଫ୍ଟୱେର ଇସ୍ୟୁ, ଓଟିପି ଜେନେରେଟ୍‌‌ ଟାଇମ ଆଉଟ ସମୟ ୧୦ ମିନିଟକୁ କମିଛି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାରେ ଆୟୁଷ୍ମାନ ଭାରତର କାର୍ଯ୍ୟକାରିତା ବେଳେ ସଫ୍ଟୱେର ସମସ୍ୟା ଦେଖାଦେଇଛି। ଏ ସଂକ୍ରାନ୍ତରେ ହେଲଥ୍‌‌ କେୟାର ପ୍ରୋଭାଇଡର୍ସ ରାଜ୍ୟ ସମ୍ପାଦକ ନିଲାଞ୍ଜନା ମୁଖାର୍ଜୀ ସୂଚନା ଦେଇଛନ୍ତି। ଶ୍ରୀ ମୁଖାର୍ଜୀ କହିଛନ୍ତି ଯେ ଓଟିପି ଜେନେରେଟ୍‌‌ ଟାଇମ ଆଉଟ ସମୟ ୧୦ ମିନିଟକୁ କମିଛି। ପରିବାର ପ୍ରତି ହିତାଧିକାରୀଙ୍କ କାର୍ଡ ଅଲଗା ରହିଛି। ଆୟୁଷ୍ମାନ ଯୋଜନାରେ ଇମ୍ପଲାଣ୍ଟ କ୍ୟାପିଙ୍ଗ ରହିଛି। କ୍ୟାପିଙ୍ଗ ପାଇଁ ହସ୍ପିଟାଲରେ ଟିକେ ସମସ୍ୟା ରହୁଛି। ରୋଗୀଙ୍କ ଚିକିତ୍ସା ବିଳମ୍ବ ହେବନି, ପଞ୍ଜୀକରଣ ବିଳମ୍ବ ହେଉଛି। ବିଏସକେୱାଇରେ ପ୍ରି ଆପ୍ରୁଭାଲ ବ୍ୟବସ୍ଥା ରହିଥିଲା। ଆୟୁଷ୍ମାନରେ ତାହା ନାହିଁ, ଲିମିଟେଡ୍‌‌ ହୋଇଯାଇଛି ବୋଲି ହେଲଥ୍‌‌ କେୟାର ପ୍ରୋଭାଇଡର୍ସ ରାଜ୍ୟ ସମ୍ପାଦକ ନିଲାଞ୍ଜନା ମୁଖାର୍ଜୀ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ