Thursday, April 2, 2026
26 C
Odisha

    ଉଚ୍ଚ ରକ୍ତଚାପ ଅଛି କି, ଜାଣନ୍ତୁ କଣ କଣ ଖାଇବେ ?

    ଆଗକୁ ପଢନ୍ତୁ

    ଉଚ୍ଚ ରକ୍ତଚାପ ସାଧାରଣତଃ ରକ୍ତବାହୀ ନଳୀଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ। ଯାହା ଫଳରେ ରକ୍ତ ଠିକ୍ ଭାବରେ ପ୍ରବାହିତ ହୁଏ ନାହିଁ ଏବଂ ହୃଦଘାତର ସମ୍ଭାବନା ବୃଦ୍ଧି ପାଇଥାଏ। ଏପରି ପରିସ୍ଥିତିରେ ସମୟ ମଧ୍ୟରେ ଉଚ୍ଚ ରକ୍ତଚାପ ହ୍ରାସ କରିବା ନିହାତି ଆବଶ୍ୟକ। ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଖାଦ୍ୟ ଖାଇବା ପ୍ରଣାଳୀରେ ପରିବର୍ତ୍ତନ କରିବା ଆବଶ୍ୟକ। ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ୩ଟି ଜିନିଷ ସୁପରଫୁଡ୍ ଭାବରେ ପ୍ରମାଣିତ ହୋଇଛି। ଆସନ୍ତୁ ଜାଣିବା ଏଭଳି କିଛି ଖାଦ୍ୟ, ଯାହା ଆପଣଙ୍କ ଉଚ୍ଚ ରକ୍ତଚାପ ହ୍ରାସ କରିବା ପାଇଁ ସହାୟକ ହେବ।

    ଉଚ୍ଚ ରକ୍ତଚାପ କମାଇବା ପାଇଁ ବିଟ୍ ରୁଟ୍‌କୁ ଖାଦ୍ୟରେ ସାମିଲ୍‌ କରିପାରିବେ। ବିଟ୍ ରୁଟ୍ ରେ ନାଇଟ୍ରେଟ୍ ସ୍ତର ଅଧିକ ଥାଏ। ଯାହା ନାଇଟ୍ରିକ୍ ଅକ୍ସାଇଡରେ ପରିବର୍ତ୍ତିତ ହୁଏ। ଯାହା ଉଚ୍ଚ ରକ୍ତଚାପକୁ ହ୍ରାସ କରେ। ଆପଣ ଚାହିଁଲେ ବିଟ୍‌ ରୁଟ୍ କୁ କଞ୍ଚା ଖାଇପାରିବେ। କିମ୍ବା ଏହାକୁ ଜୁସ୍‌ କରି ପିଇପାରିବେ। ପ୍ରତିଦିନ ୧ ରୁ ୨ କପ୍ ବିଟ୍ ରସ ସ୍ୱାସ୍ଥ୍ୟ ପାଇଁ ଭଲ। ବିଟ୍ ରୁଟ୍ ସାଲାଡ୍, ପନିପରିବା କିମ୍ବା ସୁପ୍ ରେ ମଧ୍ୟ ମିଶାଯାଇପାରିବ।

    ଯଦି ଆପଣ ଚା ପିଉଛନ୍ତି , ତାହାଲେ କ୍ଷୀର ଚା ନ ପିଇ ଗୁଡ କିମ୍ବା ହଳଦୀରେ ତିଆରି ଚା ପିଅନ୍ତୁ। ହଳଦୀ ଚା ରକ୍ତବାହୀ ନଳୀକୁ ଆରାମ ଦିଏ । ଏବଂ ଶରୀରରୁ ଅତିରିକ୍ତ ତରଳ ପଦାର୍ଥ ବାହାର କରେ। ଉଚ୍ଚ ରକ୍ତଚାପର ପ୍ରଥମ ପର୍ଯ୍ୟାୟରେ ଏହା ଅଧିକ ପ୍ରଭାବଶାଳୀ।

    ଅଳସୀ ବିହନ ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସହାୟକ ହୋଇଥାଏ। ଏଗୁଡ଼ିକ ରକ୍ତବାହୀ ନଳୀରେ ରକ୍ତକୁ ଭଲ ଭାବରେ ପ୍ରବାହିତ କରିବାରେ ସାହାଯ୍ୟ କରେ । ଫାଇବର ଗ୍ଲୁକୋଜର ଶୋଷଣକୁ ହ୍ରାସ କରେ ଏବଂ ମେଟାବୋଲିକ୍ ପ୍ରୋଫାଇଲକୁ ଉନ୍ନତ କରେ। ହାର୍ଟକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହୁଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ