Thursday, April 2, 2026
26 C
Odisha

    ଉତ୍କଳ ଦିବସରେ ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ର ଉଦଘାଟିତ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ର ଉଦଘାଟିତ । ବରମୁଣ୍ଡାରେ BSABTରେ ଭିସା ଆବେଦନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ରାଜ୍ୟବାସୀଙ୍କୁ ଏହି ସେବା ପାଇଁ କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ ଯିବାପାଇଁ ପଡ଼ୁଥିଲା । ଯାହାକୁ ନେଇ ରାଜ୍ୟସରକାରଙ୍କ ନିକଟକୁ ଏହି ଅଭିଯୋଗ ଆସିଥିଲା । କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଭିସା ଆବେଦନ କେନ୍ଦ୍ର ପାଇଁ ୩ହଜାର ବର୍ଗଫୁଟ୍ ସ୍ଥାନ ପ୍ରଦାନ କରାଯାଇଛି ।

    ଆବଶ୍ୟକ ପଡ଼ିଲେ ଅଧିକ ସ୍ଥାନ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ ପର୍ଯ୍ୟାୟରେ ୧୦ ଦେଶକୁ ଯିବା ପାଇଁ ଏଠାରୁ ଭିସା କରିହେବ। ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିବ । ବର୍ତ୍ତମାନ ଭାରତର ୨୦ ଟି ସହରରେ ୫୬୦ ଟି VFS ସେଣ୍ଟର୍ ରହିଛି । ବିଦେଶ ଯିବାକୁ ଚାହୁଁଥିବା ଓଡ଼ିଆଙ୍କ ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଓଡିଶାବାସୀଙ୍କ ବିଦେଶ ଯାତ୍ରାକୁ ସହଜ କରିବ, ଶିଳ୍ପ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ, ଆନ୍ତର୍ଜାତୀୟ ସମ୍ପର୍କକୁ ମଜବୁତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ