Thursday, April 2, 2026
26 C
Odisha

    ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଗାଡ଼ି ଧକ୍କାରେ ୨ ଛାତ୍ରୀଛାତ୍ର ଆହତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବୁଧବାର ପୂର୍ବାହ୍ନରେ ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍ ଧକ୍କାରେ ଦୁଇଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।
    ଏହି ଦୁର୍ଘଟଣା ପରେ ଉଭୟଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଗୋପ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ଛାତ୍ରୀ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
    ଖବର ଅନୁଯାୟୀ ପ୍ରଭାତୀ ପରିଡା ତାଙ୍କ ନିର୍ବାଚନମଣ୍ଡଳୀ ନିମାପଡାକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ତେବେ ତାଙ୍କ ପୋଲିସ୍ ଏସକର୍ଟ ଭ୍ୟାନ୍ ସୋରିସିପଡା ଠାରେ ଦୁଇଜଣ ସ୍କୁଲ ଛାତ୍ରଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗୋପ ମହାଜନ ସାହି ନିକଟରେ ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି। ସାଇକେଲ ଯୋଗେ ସ୍କୁଲ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଛାତ୍ରୀ ଜଣଙ୍କ ୫ମ ଶ୍ରେଣୀରେ ପଢ଼ୁଥିବା ବେଳେ ଛାତ୍ର ଜଣଙ୍କ ପ୍ରଥମ ଶ୍ରେଣୀରେ ମଦ୍ରାସା ସ୍କୁଲରେ ପଡୁଛନ୍ତି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।
    ସୂଚନା ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଡାକ୍ତରଖାନାରେ ଉଭୟ ଛାତ୍ରଙ୍କୁ ଭେଟିଥିଲେ। “ଭଗବାନଙ୍କ କୃପାରୁ ଉଭୟେ ବର୍ତ୍ତମାନ ସ୍ଥିର ଅଛନ୍ତି। ଉନ୍ନତ ଚିକିତ୍ସା ପାଇଁ ମୁଁ ସେମାନଙ୍କ ମଧ୍ୟରୁ ଜଣକୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ପଠାଇଛି ବୋଲି ପରିଡା କହିଛନ୍ତି।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ