Saturday, March 28, 2026
37.7 C
Odisha

    ଋଣ ଭାର ସହି ନପାରି ଝୁଲି ପଡିଲେ ଯୁବକ

    ଆଗକୁ ପଢନ୍ତୁ

    କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ବେଲବାହାଳି ଗ୍ରାମର କାଳନ୍ଦୀ ଚରଣ ସାହୁ (୩୦) ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନ ତିନିଟା ସମୟରେ କାଳନ୍ଦୀ ସାହୁ ନିଜ ବାସଭବନର ଶୋଇବା ଘର ଫ୍ୟାନରେ ରଶି ଲଗାଇ ଝୁଲି ପଡିବା ସମୟରେ ପରିବାର ଲୋକେ ଦେଖି ସଙ୍ଗେ ସଙ୍ଗେ ଉଦ୍ଧାର କରି ଅଟୋ ସାହାର୍ଯ୍ୟରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କାଳନ୍ଦୀଙ୍କ ପରିବାର କହିବା ଅନୁଯାୟୀ ସେ ଲକ୍ଷାଧିକ ଟଙ୍କାର ଋଣ ଚାପରେ ଦୀର୍ଘ ଦିନ ଧରି ରହି ଆସୁଥିଲେ । ତେବେ ସେହି ଋଣ ଟଙ୍କା ସୁଝି ନପାରି ସେ ମାନସିକ ଚାପରେ ଥିଲେ । ତେଣୁ ସେହି କାରଣରୁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ ଜଣେ ସମାଜସେବୀ ଓ ପରୋପକାରୀ ଥିଲେ । ତାଙ୍କ ମୃତ୍ୟୁ ଖବରକୁ ନେଇ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଲିସ୍ ଖବର ପାଇ ମେଡ଼ିକାଲରେ ପହଞ୍ଚି ମୃତ ଶରୀରକୁ ନିଜ ହେପାଜତକୁ ନେଇ ଏକ ଅପମୃତ୍ୟୁ ମାମଲା (କେସ୍ ନଂ ୬୧/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରମାକାନ୍ତ ସାଇ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    17 %
    4.7kmh
    1 %
    Sat
    38 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ