Tuesday, January 13, 2026
20 C
Odisha

    ଏକ୍ସପାଏରି ଔଷଧ ନେଲା ମହିଳାଙ୍କ ଜୀବନ

    ଆଗକୁ ପଢନ୍ତୁ

    କଳାହାଣ୍ଡି: ଏକ୍ସପାଏରି ଔଷଧ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ୍‌ ଦଶପୁର ପଞ୍ଚାୟତ ଦେକୋଟ ଗ୍ରାମରେ। ସୂଚନାମତେ, ଗ୍ରାମର ସୁଭଦ୍ରା ବନ୍ଦିଛୋଡ୍‌ ନାମ୍ନୀ ମହିଳା କୌଣସି କାରଣରୁ ଅସୁସ୍ଥ ଅନୁଭବ କରିବାରୁ ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀଙ୍କ ପାଖକୁ ଯାଇ ଔଷଧ ଆଣି ସେବନ କରିଥିଲେ। ଔଷଧ ଖାଇବର କିଛି ସମୟ ପରେ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏକ୍ସପାଏରି ଔଷଧ ଖାଇ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଉକ୍ତ ମହିଳାଙ୍କ ପରିବାର କହିଲେ ୧୧ବର୍ଷୀୟ ଗୋଟିଏ ପୁଅ ଓ ୧୩ବର୍ଷୀୟ ଝିଅ ରହିଛନ୍ତି। ୫ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ମହିଳାଙ୍କ ମୃତ୍ୟୁ ପରେ ୨ ଝିଅପୁଅ ବେସାହାରା ହୋଇପଡ଼ିଛନ୍ତି। ଏହି ପରିବାରକୁ ସରକାରୀ ସହାୟତା ପ୍ରଦାନ ସହ କେଉଁ ପରିସ୍ଥିତିରେ ଅଙ୍ଗନଓ୍ବାଡି କର୍ମୀ ଜଣଙ୍କ ଏକ୍ସପାଏରି ଔଷଧ ଦେଲେ ତାହାର ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20 ° C
    20 °
    20 °
    35 %
    2.2kmh
    0 %
    Tue
    19 °
    Wed
    28 °
    Thu
    29 °
    Fri
    29 °
    Sat
    30 °

    ସମ୍ବନ୍ଧିତ