Saturday, March 28, 2026
38.2 C
Odisha

    ଏପ୍ରିଲ ୧୬ରୁ ଆରମ୍ଭ ହେବ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତୋକାତ୍ତର ଏବଂ ଦୁଇ ବର୍ଷିଆ ବିଏଡ/ ଏମଏଡ /ବିଏଚଏଡ ପାଠ୍ୟକ୍ରମରେ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ପୂର୍ବରୁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ମଧ୍ୟ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଏବଂ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

    ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀମାନଙ୍କ ପାଇଁ ଆସନ୍ତା ଏପ୍ରିଲ ୧୬ ତାରିଖ (୧୬. ୦୪. ୨୦୨୫) ଠାରୁ କମନ ଆପ୍ଳିକେସନ ଫର୍ମ(ସିଏଏଫ) ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ସ୍ନାତକ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ। ଏହି ଶିକ୍ଷା ନୀତି ଅନୁସାରେ, ଛାତ୍ରଛାତ୍ରୀମାନେ ସାମ୍ସ ମାଧ୍ୟମରେ କମନ ଆପ୍ଳିକେସନ ଫର୍ମ(ସିଏଏଫ) ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ପାଠ୍ୟକ୍ରମର ବିଭିନ୍ନ ପ୍ରକାର ଯଥା: ଗୋଟିଏ ମୁଖ୍ୟ ବିଷୟ ସହିତ ଦୁଇଟି ଉପବିଷୟ କିମ୍ବା ଦୁଇଟି ମୁଖ୍ୟ ବିଷୟ କିମ୍ବା ତିନିଟି ଉପବିଷୟ ଚୟନ କରିପାରିବେ। ଏଥିସହ ଶିକ୍ଷାବର୍ଷ ୨୦୨୫-୨୬ରେ ସ୍ନାତକ ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ ମାସ ୧୦ ତାରିଖ (୧୦ ଜୁଲାଇ,୨୦୨୫) ସୁଦ୍ଧା ଆରମ୍ଭ କରାଯିବାପାଇଁ ଲକ୍ଷ୍ୟ ରଖାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସଠିକ ସମୟରେ ପାଠ୍ୟକ୍ରମ ଆରମ୍ଭ ହେବା ସହିତ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ