Thursday, April 2, 2026
26 C
Odisha

    ଏହି ଉଦ୍ଭିଦଗୁଡିକ ସେବନ କଲେ ମିଳିବ ଅନେକ ରୋଗରୁ ମୁକ୍ତି

    ଆଗକୁ ପଢନ୍ତୁ

    ଆମ ଚାରିପାଖରେ ମିଳୁଥିବା ଅନେକ ଉଦ୍ଭିଦରେ ଔଷଧୀୟ ଗୁଣ ଅଛି, କିନ୍ତୁ ଏହି ବିଷୟରେ ସୂଚନା ଅଭାବ ହେତୁ ଆମେ ସେମାନଙ୍କୁ ଖରାପ ବୋଲି ବିବେଚନା କରୁ ଏବଂ ଏହାକୁ ନଷ୍ଟ କରିଦେଉ । କିନ୍ତୁ ଏହି ଔଷଧୀୟ ଉଦ୍ଭିଦ ଆମ ଶରୀରକୁ ଫିଟ୍ ରଖିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏଥିମଧ୍ୟରେ ଲିମ୍ବ, ତୁଳସୀ, ଆଲୋ ଭେରା, ଅଦା ଏବଂ ଭୃଙ୍ଗରାଜ ଅନ୍ତର୍ଭୁକ୍ତ ରହିଛି । ଏହା ବ୍ୟତୀତ ଆହୁରି ଅନେକ ଉଦ୍ଭିଦ ମଧ୍ୟ ଅଛି, ଯାହା ଆମ ପାଇଁ ଔଷଧ ଭାବରେ କାମ କରେ ।ଆୟୁର୍ବେଦିକ ଡାକ୍ତରଙ୍କ କହିବା ଅନୁଯାୟୀ, ଲିମ୍ବ, ତୁସଲି, ଆଲୋ ଭେରା, ଅଦା, ଭୃଙ୍ଗରାଜରେ ଅନେକ ଔଷଧୀୟ ଗୁଣରେ ଭରପୂର ରହିଥାଏ । କାରଣ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ପୋଷକ ତତ୍ତ୍ୱ ମିଳିଥାଏ ଯାହା ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ପ୍ରଭାବଶାଳୀ ହୋଇଥାଏ ।

    ଆୟୁର୍ବେଦରେ ରୋଗର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାରର ଉଦ୍ଭିଦ ବ୍ୟବହୃତ ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଭୃଙ୍ଗରାଜ ଯାହାକୁ ଅମେ ସାଧାରଣତଃ ଘମରା ବୋଲି କହିଥାଉ । ତେବେ ଆୟୁର୍ବେଦର ବିଶେଷଜ୍ଞମାନେ ଏହାକୁ କେଶବରାଜ ବୋଲି କହିଥାନ୍ତି, ଯାହା ସମସ୍ତ କେଶ ସମସ୍ୟା ପାଇଁ ଔଷଧ ଭାବରେ କାମ କରେ । ଏହାର ତେଲକୁ କେଶରେ ଲଗାଇବା ଦ୍ୱାରା ଆମକୁ ଅନେକ ଉପାୟରେ ଲାଭ ମିଳିଥାଏ । ଏହା ଆମ କେଶକୁ ଧୂସର ହେବାକୁ ବାରଣ କରିଥାଏ ଏବଂ କେଶର ବୃଦ୍ଧି ହେବାରେ ସହାୟକ ହୋଇଥାଏ । ଆହୁରି ମଧ୍ୟ ଅନେକ କଥା ରହିଛି ଯେପରି, ଏହାର ରସକୁ ଆଘାତ ଲାଗିଥିବା ସ୍ଥାନରେ ଲଗାଇବା ଦ୍ୱାରା ସେହି କ୍ଷତ ଶୀଘ୍ର ଭଲ ହୋଇଯାଏ ।

    ଲିମ୍ବ ପତ୍ରଏହାର ସ୍ୱାଦ ଯେତେ ପିତା, ଏହା ଆମ ସ୍ୱାସ୍ଥ୍ୟ ପାଇଁ ସେତେ ଅଧିକ ଲାଭଦାୟକ ହୋଇଥାଏ । ଏହି କାରଣରୁ ଭାରତୀୟ ବେଦରେ ଥିବା ସମସ୍ତ ରୋଗର ଉପଶମ ପାଇଁ ଲିମ୍ବ ପତ୍ରର ନାମ ସାମିଲ ଥାଏ । ଯାହାର ଅର୍ଥ ହେଉଛି ଏହି ପତ୍ର ସମସ୍ତ ରୋଗକୁ ରୋକିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଲିମ୍ବ ଗଛ ଆଖପାଖରେ ଥିବାରୁ ପରିବେଶ ମଧ୍ୟ ଶୁଦ୍ଧ ରହିଥାଏ । ଏହା ବିଷୟରେ ସବୁଠାରୁ ବଡ କଥା ହେଉଛି ଏହି ଗଛର ପତ୍ର, ଡାଳ, ଗଛ ଏବଂ ମଞ୍ଜି ମଧ୍ୟ ଅନେକ ରୋଗର ଉପଶମ ପାଇଁ ଔଷଧ ଭାବରେ କାମ କରେ ।

    ଆଲୋ ଭେରାରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଏହାର ରସ ପିଇବା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏବଂ ଆମ ଶରୀରକୁ ଅନେକ କଷ୍ଟରୁ ମୁକ୍ତି ଦେବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ତେବେ ସ୍କିନ୍‌ ଏବଂ କେଶରେ ଏହାର ଜେଲ୍ ଲଗାଇଲେ, ଆମ ସ୍କିନ୍‌ର ସମସ୍ତ ସମସ୍ୟା ଦୂର ହେବା ସହ ଆମ କେଶ ମଧ୍ୟ କଳା ରହିଥାଏ । ଏହା ବ୍ୟତୀତ ଏହାର ପତ୍ରକୁ ଗ୍ରାଇଣ୍ଡ୍ କରି ଆଘାତ ସ୍ଥାନରେ ଲଗାଇଲେ କ୍ଷତ ଶୀଘ୍ର ଭଲ ହୋଇଯାଏ ।
    ଅଦାକୁ ଏକ ପ୍ରକାର ଆୟୁର୍ବେଦିକ ଔଷଧୀୟ ଭାବେ ବିବେଚନା କରାଯାଏ, ଯାହା ଅନେକ ଔଷଧୀୟ ଗୁଣରେ ଭରପୂର ରହିଥାଏ । କାରଣ ଏଥିରେ ଅନେକ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମିଳିଥାଏ, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆୟୁର୍ବେଦର ବିଶେଷଜ୍ଞମାନେ କହିଛନ୍ତି ଯେ ଅଦା ଖାଇବା ଦ୍ୱାରା ଆମ ଶରୀରର ଶାରୀରିକ ଦୁର୍ବଳତା ଦୂର ହୋଇଥାଏ । ଆମର ସ୍ମୃତି ଶକ୍ତି ଶକ୍ତିଶାଳୀ ହୁଏ ଏବଂ ମସ୍ତିଷ୍କରେ ଫୁଲା କମ୍‌ କରିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ