Monday, December 8, 2025
20.2 C
Odisha

    ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

    ଆଗକୁ ପଢନ୍ତୁ

    ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ଘରେ ସ୍ତ୍ରୀମାନଙ୍କୁ ଭୂମିକାକୁ ବହୁତ ସମ୍ମାନ ଏବଂ ମହତ୍ୱ ଦେଇଥାନ୍ତି । ତାଙ୍କ ନୀତି ଅନୁସାରେ କୁହାଯାଏ ଘରେ କିଛି ବିଶେଷ ଗୁଣବାନ ମହିଳା ଲକ୍ଷ୍ମୀଙ୍କ ସହିତ ସମାନ ହୋଇଥାନ୍ତି । ସେଭଳି ମହିଳାମାନେ ଘରେ କେବଳ ଧନବାନ ହୋଇନଥାନ୍ତି ବରଂ ପରିବରରେ ଖୁସି, ଶାନ୍ତି, ସମ୍ମାନ ଏବଂ ଉନ୍ନତି ନେଇ ଆସିଥାନ୍ତି ।

    ଘରକୁ ସଜାଡି ରଖିବାର କଳା
    ଚାଣକ୍ୟ କହିଛନ୍ତି ଯେ ସ୍ତ୍ରୀଙ୍କୁ ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଏ । ଯିଏକି ଘର ସମ୍ଭାଳିବାର କଳାକୁ ନିଖୁଣ ଭାବେ ତୁଲାଇଥାନ୍ତି । ପରିବାରରେ ପ୍ରେମ, ଦାୟିତ୍ୱକୁ ଭଲ ଭାବେ ତୁଲାଇ ଥାନ୍ତି ଏବଂ ପରିବାରକୁ ଏକତ୍ର କରି ରଖନ୍ତି । ସ୍ତ୍ରୀଙ୍କ ବ୍ୟବହାରର ପ୍ରଭାବ ପରିବାରରେ ସକରାତ୍ମକ ରହିଥାଏ । ଏଭଳି ମହିଳା ଥିଲେ ଘରେ ସବୁବେଳେ ଖୁସି, ସ୍ୱାସ୍ଥ୍ୟ ଓ ଅନୁଶାସନ ବଜାୟ ରହିଥାଏ ।

    ବିନମ୍ରତା
    ଚାଣକ୍ୟଙ୍କ ଅନୁସାରେ ଧର୍ଯ୍ୟ ଓ ବିନମ୍ରତା ଭି ସ୍ତ୍ରୀଙ୍କ ଗୁଣ ଅଟେ । ଯାହାଦ୍ୱାରା ଘରେ ଶାନ୍ତି ବଜାୟ ରହେ । କୋମଳ ସ୍ୱାଭାବ ଥିବା ମହିଳା ସମସ୍ତଙ୍କୁ ଆଦର ଦେଇଥାନ୍ତି ଏବଂ ସବୁ ପରିସ୍ଥିତିରେ ଧର୍ଯ୍ୟ ବଜାୟ ରଖନ୍ତି । ଏଭଳି ସ୍ତ୍ରୀଙ୍କ ପାଇଁ ଘରେ ଖୁସିର ବାତାବରଣ ରହିଥାଏ ।

    ପରିଶ୍ରମୀ ଏବଂ କର୍ମଠ ମହିଳା
    ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ ପରିଶ୍ରମି ଏବଂ କର୍ମଠ ମହିଳା ମାନେ ଘରେ ଅସଲ ଖୁସି ଆଣିଥାନ୍ତି । ମହିଳା ଘରେ କାମ କରନ୍ତି କିମ୍ବା ବାହାରେ, ନିଜର ଦାୟିତ୍ୱକୁ ଭଲ ଭାବରେ ନିର୍ବାହ କରିଥାନ୍ତି । ସେମାନଙ୍କର କଠିନ ପରିଶ୍ରମ ଓ ମନ ଲାଗାଇ କାମ ଦ୍ୱାରା ପରିବାର ଆଗକୁ ବଢିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ଏଭଳି ମହିଳା ନିଜେ ଆଗକୁ ବଢିବା ସହ ଅନ୍ୟକୁ ପ୍ରେରଣା ଯୋଗାଇଥାନ୍ତି ।

    ସଂସ୍କାର ଥିବା ସ୍ତ୍ରୀ
    ସବୁବେଳେ ଭଲ ସଂସ୍କାର ପାଇଥିବା ସ୍ତ୍ରୀ ଚାଣକ୍ୟଙ୍କ ଅନୁସାରେ ଘରେ ଆଧ୍ମାତ୍ମିକ ଓ ନୈତିକ ଉନ୍ନତି ଆଣିଥାନ୍ତି । ସ୍ଥିତି ଯେତେବି କଠିନ ଥାଉ ନା କାହିଁକି ସବୁ ପରିସ୍ଥିତିରେ ସେ ନିଜର କର୍ତ୍ତବ୍ୟ ପାଳନ କରିଥାନ୍ତି । ମୁଣ୍ଡ ଥଣ୍ଡା ରଖି କାମ କରିବା ଦ୍ୱାରା ସବୁଠି ପ୍ରଶଂସା ପାଇଥାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.2 ° C
    20.2 °
    20.2 °
    32 %
    1kmh
    87 %
    Mon
    26 °
    Tue
    26 °
    Wed
    26 °
    Thu
    27 °
    Fri
    27 °

    ସମ୍ବନ୍ଧିତ