Thursday, September 19, 2024
25.2 C
Odisha

    ଏହି ବ୍ୟକ୍ତିଙ୍କୁ ଲେମ୍ବୁ ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ

    ଆଗକୁ ପଢନ୍ତୁ

    ପ୍ରବଳ ଗ୍ରୀଷ୍ମ ପ୍ରଭାବରୁ ଲେମ୍ବୁ ପାଣି ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ଲେମ୍ବୁରେ ଥିବା ଭିଟାମିନ୍- ସି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଡିହାଇଡ୍ରେସନ, ମୋଟାପଣ ଇତ୍ୟାଦି ସମସ୍ୟାରୁ ଦୂରେଇ ରଖିଥାଏ । ନିୟମିତ ଲେମ୍ବୁ ପାଣି ପିଇଲେ ଶରୀର ଡିଟକ୍ସିଫାଇ ହୋଇଥାଏ । ତେବେ ସ୍ୱାସ୍ଥ୍ୟ ଉପଯୋଗୀ ଲେମ୍ବୁ ପାଣି ଅନେକଙ୍କ ପାଇଁ କ୍ଷତିକାରକ ହୋଇପାରେ ।
    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ହାଲୁକା ଉଷୁମ ପାଣିରେ ଲେମ୍ବୁ ଏବଂ ମହୁ ମିଶାଇ ସେବନ କରିବା ଦ୍ୱାରା ଓଜନ ନିୟନ୍ତ୍ରିତ ରହିବା ସହ କିଡନୀ ଷ୍ଟୋନ୍, ଏନିମିଆ ଏବଂ ପାଚନ ପ୍ରକ୍ରିୟାକୁ ଉତ୍ତମ ରଖିବାରେ ସହାୟକ ହୋଇଥାଏ । କିନ୍ତୁ ଏହି ସବୁ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଅଧିକ ଲେମ୍ବୁ ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ ।

    ୧. ଟନ୍ସିଲ: ଆପଣଙ୍କୁ ସବୁବେଳେ ଟନ୍ସିଲ ହେଉଥିଲେ ଲେମ୍ବୁ ସବୁବେଳେ ଲେମ୍ବୁ ପାଣି ପିଇବା କିମ୍ବା ଲେମ୍ବୁ ସେବନ କରିବା ଠାରୁ ଦୂରେଇ ରୁହନ୍ତୁ ।

    ୨. ଦାନ୍ତ ସମସ୍ୟା: ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଅଧିକ ରହିଛି । ତେଣୁ ସେନ୍ସିଟିଭିଟି ସମସ୍ୟା ଥିଲେ ଲେମ୍ବୁ ପାଣି କିମ୍ବା ଲେମ୍ବୁ ସେବନ ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ୱାରା ଦାନ୍ତର ଇନାମେଲ ଖରାପ ହୋଇପାରେ ।
    ୩. ଏସିିଡିଟି ସମସ୍ୟା: ଯେଉଁମାନଙ୍କୁ ଗ୍ୟାସ୍ କିମ୍ବା ଏସିଡିଟି ସମସ୍ୟା ରହିଛି ସେମାନଙ୍କୁ ଅଧିକ ଲେମ୍ବୁ ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ । ଲେମ୍ବୁରେ ସାଇଟ୍ରିକ୍ ଏସିଡର ମାତ୍ରା ଅଧିକ ଥାଏ ଯାହା ଏସିିଡିଟି ସମସ୍ୟା ବୃଦ୍ଧି କରିପାରେ ।

    ୪. କିଡନୀ ସମସ୍ୟା: ଅପଣଙ୍କୁ କିଡନୀ ଜନିତ ସମସ୍ୟା ଥିଲେ ନିୟମିତ ଲେମ୍ବୁ ପାଣି ପିଇବା ଠାରୁ ଦୂରେଇ ରୁହନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।

    ୫. ଆଲର୍ଜୀ: ଆପଣଙ୍କୁ ସାଇଟ୍ରସ୍ ଆଲର୍ଜୀ ହୋଇଥିଲେ ଖଟା ଜିନିଷ ସେବନ କରିବା ଠାରୁ ଦୂରେଇ ରୁହନ୍ତୁ । ଲେମ୍ବୁ, କମଳା, ଇତ୍ୟାଦି ଭଳି ଖଟା ଫଳ ଖାଇଲେ ନିଶ୍ୱାସ ନେବାରେ ସମସ୍ୟା, କୁଣ୍ଡିଆ, ହାତ, ଗୋଡ଼ ଏବଂ ମୁଣ୍ଡ ଝିମ୍ଝିମ୍ ହେବା ଭଳି ଅନୁଭବ ହୁଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ