Wednesday, February 26, 2025
33.2 C
Odisha

    ଓଜନ କମ୍ କରିବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ସାଲାଡ୍

    ଆଗକୁ ପଢନ୍ତୁ

    ଆଜିକାଲି ଓଜନ ବଢିଯିବା ଏକ ବଡ ସମସ୍ୟା ଅଟେ। ସେଥିପାଇଁ ସୁସ୍ଥ ଶରୀର ପାଇଁ ନିଜକୁ ଫିଟ ରଖିବା ନିହାତି ଜରୁରୀ । ବିଶେଷ ଭାବେ ଯୁବ ବର୍ଗର ପିଲାମାନେ ନିଜକୁ ଫିଟ ରଖିବାରେ ମାତିଛନ୍ତି । ସେଥିପାଇଁ ନିଜ ଖାଇବା ଉପରେ ନିୟନ୍ତ୍ରଣ କରିବା ସହିତ ଜିମ୍ ରେ ବି ଯୋଗ ଦେଉଛନ୍ତି । ଓଜନ କମାଇବା ପାଇଁ ନିଜ ଡାଏଟ ଲିଷ୍ଟରେ ସାଲାଡ଼କୁ ପ୍ରଧାନ ଖାଦ୍ୟ ଭାବେ ବ୍ୟବହାର କରାଯାଉଛି । ସାଲାଡ଼ ଅନେକ ପ୍ରକାରର ରହିଛି । ପ୍ରତ୍ୟେକ ସାଲାଡରେ ବିଶେଷ ଗୁଣ ମଧ୍ୟ ରହିଥାଏ । କେଉଁ ସାଲାଡ଼ ଖାଇବା ଦ୍ୱାରା କେଉଁ କେଉଁ ଉପକାର ମିଳିଥାଏ , ତାହା ଆସନ୍ତୁ ଜାଣିବା ।

    ଓଜନ କମାଇବାରେ ସାଲାଡ଼ର ବ୍ୟବହାର:

    ଗଜାମୁଗ,ବୁଟ ସାଲାଡ଼ : ଓଜନ କମାଇବାର ଯାତ୍ରାକୁ ଶୀଘ୍ର ସଫଳ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଲି ପେଟରେ ସକାଳେ ଖାଇବା ଦ୍ୱାରା ଶରୀରରେ ଭଲ ପ୍ରଭାବ ପକାଇଥାଏ । ଏହାକୁ ସିଝାଇ ନଚେତ କଞ୍ଚା ଭାବେ ଖାଇପାରିବେ , ତାହା ଆପଣଙ୍କ ଉପରେ ନିର୍ଭର କରେ ।

    ଚଣା ସାଲାଡ଼ : ଏହା ପ୍ରୋଟିନ ଏବଂ ଫାଇବରରେ ଭରପୁର । ଏହାର ପ୍ରସ୍ତୁତି ପାଇଁ ଚଣାକୁ ୬ ରୁ ୭ ଘଣ୍ଟା ଯାଏଁ ପାଣିରେ ପ୍ରଥମେ ଭିଜାଇ ତାକୁ ସିଝାଇଦେବେ । ସିଝିବା ପରେ ସେଥିରେ ପିଆଜ, ବିଲାତି,କାକୁଡି ,ଚାଟ ମସଲା ,ବ୍ଲାକସ୍ଲଟ ପକାଇ ଖାଇ ପାରିବେ । ଏଥି ସହ ଏହାର ଟେଷ୍ଟ ଯେତିକି ଭଲ ହୋଇଥାଏ, ସେତିକି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ ।

    ବ୍ରୋକଲି ସାଲାଡ଼ : ବ୍ରୋକୋଲି ସାଲାଡ୍ ମଧ୍ୟ ଓଜନ କମ୍ କରାଇବାରେ ସାହାଯ୍ୟ କରିଥାଏ । ବ୍ରୋକଲି କୁ ପ୍ରଥମେ ସିଝାଇ ସେଥିରେ ପନିର, ପିଆଜ,କାକୁଡି,ଟମାଟର ପକେଇ ସବୁକୁ ମିକ୍ସ କରି ପ୍ରତିଦିନ ସେବନ କରନ୍ତୁ । ଯାହାକି ଆମ ଓଜନର ସନ୍ତୁଳନକୁ ଠିକ୍ ଭାବରେ ରଖିଥାଏ । ଏଥି ସହ ଆମକୁ ସୁସ୍ଥ ଜୀବନ ମଧ୍ୟ ପ୍ରଦାନ କରିଥାଏ ।

    ତେବେ ଯଦି ଆପଣ ନିଜର ଓଜନକୁ ନେଇ ଚିନ୍ତାରେ ରହୁଛନ୍ତି, ତେବେ ଏହି ଟିପ୍ସକୁ ନିଶ୍ଚିତ୍ ଫଲୋ କରନ୍ତୁ । ଦେଖିବେ ଆପଣଙ୍କ ଓଜନ ବହୁ ଶୀଘ୍ର କମ୍ ହେବାକୁ ଲାଗିବ ଏବଂ ଆପଣଙ୍କୁ ରିଲାକ୍ସ ମଧ୍ୟ ଲାଗିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.2 ° C
    33.2 °
    33.2 °
    15 %
    3.7kmh
    3 %
    Wed
    32 °
    Thu
    34 °
    Fri
    37 °
    Sat
    38 °
    Sun
    39 °

    ସମ୍ବନ୍ଧିତ