Saturday, March 14, 2026
38.2 C
Odisha

    ଓଡ଼ିଶାରେ ବଢୁଛି ମଦୁଆଙ୍କ ସଂଖ୍ୟା; ୬ ମାସରେ ଆଦାୟ ହେଲାଣି ୫ ହଜାର କୋଟିର ରାଜସ୍ୱ

    ଆଗକୁ ପଢନ୍ତୁ

    ଓଡିଶାରେ ନୂଆ ସରକାର ଆସିବା ପରେ ବଜେଟ ଅର୍ଥ ଖର୍ଚ୍ଚ କରିବାରେ ଅବହେଳା ହେଉଛି ସତ, କିନ୍ତୁ ମଦ ରାଜସ୍ୱ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ ଆଜିସୁଦ୍ଧା ମଦ ବିକ୍ରିରୁ ସରକାର ୫ ହଜାର କୋଟି ଟଙ୍କା ଆଦାୟ କରିଛନ୍ତି। ସେହିପରି ପୂର୍ବ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ୭୦୦ କୋଟି ଟଙ୍କା ରାଜସ୍ୱ ଆଦାୟ ହେଲାଣି। ରାଜ୍ୟରେ ବିଦେଶୀ ମଦ ବିକ୍ରି ବେଶ୍‌ ଭଲ ଥିବା ବେଳେ ବିୟର ବିକ୍ରି ଅଧିକ ରହିଛି। ଆଜି ବିଧାନସଭାରେ ବିଧାୟିକା ଉପାସନା ମହାପାତ୍ରଙ୍କ ତାରକା ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଉତ୍ତର ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ସରକାର ମଦରୁ ୮୬୮୦ କୋଟି ଟଙ୍କା ରାଜସ୍ୱ ଆୟ ଲକ୍ଷ୍ୟ ରଖିଛନ୍ତି। ୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ଲିଟର ବିଦେଶୀ ମଦ (ଆଇଏମ୍‌ଏଫ୍‌ଏଲ୍‌) ବିକ୍ରି ହୋଇଥିଲା ବେଳେ ୨୦୨୩-୨୪ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ଲିଟର ମଦ ବିକ୍ରି ହୋଇଛି। ସେହିପରି ୨୦୨୨-୨୩ରେ ୧୨ କୋଟି ୯ ଲକ୍ଷ ୬୭ ହଜାର ବଲ୍‌କ ଲିଟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ଏହା ବଢ଼ି ୧୫ କୋଟି ୩୫ ଲକ୍ଷ ୭୨ ହଜାର ବଲକ ଲିଟରରେ ପହଞ୍ଚିଛି। ୨୦୨୨-୨୩ରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ୯୮ ଲକ୍ଷ ୪୩ ହଜାର ଲିଟର ମଦ ବିକ୍ରି ହୋଇଛି। ଯଦି ବିକ୍ରି କଥା ଦେଖାଯାଏ ତା ହେଲେ ଗତ ଆର୍ଥିକ ବର୍ଷରେ ଅବକାରୀ ରାଜସ୍ୱ ୭୨୧୬ କୋଟି ୯୯ ଲକ୍ଷ ଟଙ୍କା ଥିଲା। ବରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨୪ କୋଟି ୯୯ ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଗଞ୍ଜାମ ଜିଲ୍ଲାରୁ ୯୬ କୋଟି ୧୦ ଲକ୍ଷ ଟଙ୍କା ରାଜସ୍ୱ ଆସିଛି।
    ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଏବେ ରାଜ୍ୟରେ ୧୦୭୩ଟି ଠିପି ବନ୍ଦ ମଦ ଦୋକାନ ଓ ୭୬୨ ଠିପି ଖୋଲା ମଦ କୋଦାନ ଅଛି। ୭୬୧ ଠିପି ଖୋଲା ମଦ ଦୋକାନରୁ ୫୦୯ଟି ବାର୍‌ ଲାଇସେନ୍ସ ପାଇଛନ୍ତି। ସରକାରୀ ସ୍ତରରେ ୧୭୯ ଦେଶୀ ମଦ ଦୋକାନ ଓ ୪୮୨ ମହୁଲି ଦେଶୀ ମଦ ଦୋକାନ ଖୋଲାଯାଇଛି। ୪୮୨ ମଦଭାଟିରେ ଦୈନିକ ପ୍ରାୟ ୧୬୮୩୬୭ ମଦ ରନ୍ଧା ଯାଉଛି। ଆଞ୍ଚଳିକ ପରୀକ୍ଷାଗାରରେ ରନ୍ଧା ମଦର ଗୁଣବତ୍ତା ଯାଞ୍ଚ କରାଯାଉଛି। ୨୦୧୪-୧୫ରେ ସରକାର ମଦ ବିକ୍ରୟରୁ ୨୦୩୮ କୋଟି ଟଙ୍କା ରାଜସ୍ୱ ପାଇଥିବା ବେଳେ ୨୦୧୮-୧୯ରେ ତାହା ୩୯୨୫ କୋଟିରେ ପହଞ୍ଚିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    8 %
    3.6kmh
    0 %
    Sat
    39 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ