Thursday, April 2, 2026
26 C
Odisha

    ଓଡ଼ିଶାର ତିନି କୋର୍ଟକୁ ଆସିଛି ବୋମା ଧମକ, ପୁଲିସର ବ୍ୟାପକ ଯାଞ୍ଚ

    ଆଗକୁ ପଢନ୍ତୁ

    ସମ୍ବଲପୁର  : ଦୁଇ ଦିନ ତଳେ ଦେଶର ବିଭିନ୍ନ ସ୍ଥାନକୁ ଉଡ଼ାଇଦେବାକୁ ଇମେଲରେ ଧମକ ମିଳିଥିବା ବେଳେ ଆଜି ଓଡ଼ିଶାର ତିନି କୋର୍ଟକୁ ଆସିଛି ବୋମା ଧମକ। ବୋମାରେ ଉଡ଼ାଇଦେବାକୁ ସମ୍ବଲପୁର, କଟକ ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକ ଆସିଛି।ଅପରାହ୍ଣ ୨ଟା ୪୫ ମିନିଟ୍ ସୁଦ୍ଧା ଜାଗା ଖାଲି କରିବାକୁ ଏହି ଇମେଲରେ ଧମକ ଆସିଛି। ଏହି ଇମେଲ୍ ଆସିବା ପରେ ବୋମା ସ୍କ୍ବାର୍ଡ ଓ ସନ୍ଧାନୀ କୁକୁର ସହ ପୁଲିସ ବ୍ୟାପକ ଯାଞ୍ଚ କରୁଛି। ଏହି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଦେଇଛି। ସମ୍ବଲପୁର ଜିଲ୍ଲା କୋର୍ଟ ପରିସରରେ ବୋମା ଥିବା ନେଇ କୋର୍ଟ ରେଜିଷ୍ଟରକୁ ମେଲ ଆସିଥିବା ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ। ମେଲଟି ଦିନ ୧୧ଟା ସମୟରେ ଆସିଥିବା ଜଣା ପଡିଛି। କୋର୍ଟ ପରିସରରୁ ସମସ୍ତ ଓକିଲ, ଅଧିକାରୀ, କର୍ମଚାରୀମାନଙ୍କୁ ବାହାର କରି ବମ ସ୍କ୍ବାଡ଼, ସନ୍ଧାନୀ କୁକୁର, ସାଇବର ଅଧିକାରୀ ରହି ତଦନ୍ତ କରୁଛନ୍ତି। ଏଣେ ଏହାପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପରିସରକୁ ପୁଲିସ ଛାଉଣି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ