Thursday, March 26, 2026
37.1 C
Odisha

    ଓଡିଶାରେ ଆଜି ପର୍ଯ୍ୟନ୍ତ ଏଭଳି ଅପାରଗ ସରକାର ଦେଖିବାକୁ ମିଳିନାହିଁ

    ଆଗକୁ ପଢନ୍ତୁ

    ରାଜ୍ୟରେ ଦରଦାମ ବୃଦ୍ଧି, ଆଳୁ ସଙ୍କଟ ଓ ଚାଷୀଙ୍କ ପ୍ରତି ଅନ୍ୟାୟକୁ ନେଇ ସରକାରଙ୍କ ଉପରେ ବର୍ଷିଛି ସିପିଏମ। ଓଡିଶାରେ ଆଜି ପର୍ଯ୍ୟନ୍ତ ଏଭଳି ଅପାରଗ ସରକାର ଦେଖିବାକୁ ମିଳିନାହିଁ। ସରକାର ଗଠନର ୬ ମାସ ଭିତରେ ଲୋକଙ୍କ ସମର୍ଥନ ଏଭଳି ଖସିଯିବା ମଧ୍ୟ ପ୍ରଥମ। ଏହା ଏକ କୁହାଳିଆ ସରକାର ବୋଲି କହିଛନ୍ତି ସିପିଏମ ନେତା ଅଳି କିଶୋର ପଟ୍ଟନାୟକ। ଏ ସରକାର ଲୋକଙ୍କୁ ମିଛ କହିବା ସହ ଧପେଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରି ସିପିଏମ କହିଛି ଆଳୁ ଯୋଗାଣ ନାଁ ରେ ଦୁଇ ରାଜ୍ୟ ମଧ୍ୟରେ ଭାଷାଗତ ଉଷ୍ମତା ସୃଷ୍ଟି କରିବାକୁ ବିଜେପି ସରକାର ଚାହୁଁଥିବା ଅଭିଯୋଗ କରିଛି ସିପିଏମ। ଆଳୁ କିଏ କାହିଁକି ବନ୍ଦ କରିବ। ସରକାରରେ ଥାଇ ତୁମେ କାହିଁକି ପଦକ୍ଷେପ ନେଲନି ବୋଲି ପ୍ରଶ୍ନ କରିବା ସହ ଧାନର ଏମଏସପି ନାଁ ରେ ଚାଷୀଙ୍କୁ ସରକାର ଠକୁଥିବା ଅଭିଯୋଗ କରିଛି। କେବଳ ନିଜସ୍ୱ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ନିର୍ଦେଶରେ ଓଡ଼ିଶାରେ କାର୍ଯ୍ୟ ହେଉଥିବା ଅଭିଯୋଗ କରିଛି ସିପିଏମ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    19 %
    2.7kmh
    2 %
    Thu
    37 °
    Fri
    40 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ