Friday, March 6, 2026
32.2 C
Odisha

    କଟକରେ ଅଘଟଣ: ଡ୍ରେନ କାମବେଳେ ଜଣେ ଶ୍ରମିକ ମୃତ, ୨ ଗୁରୁତର

    ଆଗକୁ ପଢନ୍ତୁ

    କଟକରେ ଡ୍ରେନ କାମ ବେଳେ ଅଘଟଣ। ଡ୍ରେନ ନିକଟ କାନ୍ଥ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଶ୍ରମିକ ଗୁରୁତର ହୋଇ ପଡ଼ିଛନ୍ତି। ଗୁୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିଡାନାସୀରେ ଡ୍ରେନ କାମ ଚାଲିଥିବାବେଳେ ଘଟିଛି ଏହି ଅଘଟଣ। ସିଏମସି ପକ୍ଷରୁ କରାଯାଉଥିଲା ଏହି ଡ୍ରେନ କାମ। ତେବେ କେଉଁ ପରିସ୍ଥିତିରେ ଏ ଅଘଟଣ ଘଟିଛି କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣା ନେଇ ପୁଲିସ ଅଧିକ ତଦନ୍ତ କରୁଥିବା ବେଳେ ଏନେଇ ଠିକା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.2 ° C
    32.2 °
    32.2 °
    15 %
    1.3kmh
    4 %
    Fri
    36 °
    Sat
    38 °
    Sun
    37 °
    Mon
    38 °
    Tue
    39 °

    ସମ୍ବନ୍ଧିତ