Friday, April 3, 2026
39.1 C
Odisha

    କଟିବ ୪୦ ଲକ୍ଷ ଭୂତ ହିତାଧିକାରୀଙ୍କ ରେସନ କାର୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟର ପ୍ରତି ଜିଲ୍ଲାରେ ଲକ୍ଷେରୁ ଦେଢ଼ ଲକ୍ଷ ଭୂତ ହିତାଧିକାରୀ ଯାଞ୍ଚବେଳେ ଚିହ୍ନଟ ହୋଇଛନ୍ତି। ଗତ ୨୪ ବର୍ଷ ସରକାରରେ ଭୂତ ହିତାଧିକାରୀ ସରକାରଙ୍କ ଆଖିରେ ଧୂଳି ପକାଇ ଚାଲିଛନ୍ତି। ବର୍ତ୍ତମାନ ପ୍ରାୟ ୪୦ ଲକ୍ଷ ଭୂତ ରେସନକାର୍ଡ ହିତାଧିକାରୀ ବାହାରିଲେଣି। ରେସନ କାର୍ଡ ଭଳି ଚାଷୀ ତାଲିକାରେ ବି ଅନେକ ନକଲି ଚାଷୀ ବାହାରିଲେଣି। ପ୍ରତ୍ୟେକ ବିଭାଗ ଓ ଯୋଜନା ଉପରେ ଯାଞ୍ଚ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
    ଶ୍ରୀ ପାତ୍ର କହିଥିଲେ, ରାଜ୍ୟରେ ଅନେକ ନକଲି ଚାଷୀ ଥିବାରୁ ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଜୀକରଣ। ଏହାଫଳରେ ରାଜ୍ୟରେ ଥିବା ନକଲି ଚାଷୀଙ୍କୁ ଧରି‌ହେବ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଭୂତ ହିତାଧିକାରୀଙ୍କ ସଂଖ୍ୟା ଜାଣିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରେସନ କାର୍ଡରେ କେ-ୱାଇସି ଅପ୍‌ଡେଟ କରାଯାଇଥିଲା। କେ-ୱାଇସି ଅପ୍‌ଡେଟରୁ ଏହି ଭୂତ ହିତାଧିକାରୀଙ୍କ ସଂଖ୍ୟା ଜଣାପଡ଼ିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ବଜେଟରେ ୩୩୦୭ କୋଟି ୯୯ଲକ୍ଷ ୧୭ହଜାର ଟଙ୍କା ବ୍ୟୟବରାଦ ହୋଇଛି। ପ୍ରତି ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଚାଉଳ ଏଟିଏମ୍‌ ସ୍ଥାପନ କରାଯିବା ଦ୍ବାରା ହିତାଧିକାରୀ ଆଉ ଡିଲରଙ୍କ ପାଖକୁ ଯିବେନାହିଁ। ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଯେଉଁ ଚାଉଳ ବଣ୍ଟନ କରାଯାଉଛି ସେଥିରେ ମାପ ଓ ଓଜନରେ ଚୋରି କରାଯାଉଛି, ଅର୍ଥାତ ହିତାଧିକାରୀଙ୍କୁ ଓଜନରେ ଠକି କମ୍‌ ଚାଉଳ ଦିଆଯାଉଛି। ଫଳସ୍ବରୂପ ହଜାର ହଜାର କୋଟି ଟଙ୍କାର ଚାଉଳ ଚୋରି ହେଉଛି। ଏହାର ଲାଭାଂଶ ରାଜନେତା, ସରକାରୀ ଅଧିକାରୀ ଏବଂ ଠିକା ସଂସ୍ଥାଗୁଡ଼ିକ ପାଉଛନ୍ତି। ଏହି ଚାଉଳ ଚୋରି ରୋକିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ଯୋଜନାରେ ୩.୨୫ କୋଟି ହିତାଧିକାରୀ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଏଥିରୁ ୪୦ ଲକ୍ଷ ଭୂତ ହିତାଧିକାରୀ ରହିଛନ୍ତି। ସେମାନଙ୍କ କାର୍ଡ କାଟି ଦିଆଯିବ ଏବଂ ପ୍ରକୃତ ହିତାଧିକାରୀଙ୍କୁ ନୂଆ କାର୍ଡ ଦିଆଯିବା ନିମନ୍ତେ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି।
    ସେହିପରି ଅ‌େ‌ନ୍ତ୍ୟାଦୟ ଯୋଜନାରେ ୧୨ ଲକ୍ଷ ହିତାଧିକାରୀ ରହିଛନ୍ତି। ଏଠାରେ ମଧ୍ୟ ପୂର୍ବ ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦେଇଥିବାରୁ ପ୍ରକୃତ ହିତାଧିକାରୀ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଅ‌େ‌ନ୍ତ୍ୟାଦୟ ଯୋଜନାରୁ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ କାର୍ଡ କାଟି ଦିଆଯିବ। ତାଙ୍କ ଜାଗାରେ ପ୍ରକୃତ ହିତାଧିକାରୀଙ୍କୁ ନୂଆ ଅ‌ନ୍ତ୍ୟାଦୟ କାର୍ଡ ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ