Monday, February 2, 2026
22.9 C
Odisha

    କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା: ଜଣେ ମୃତ,୧୫ରୁ ଅଧିକ ଆହତ

    ଆଗକୁ ପଢନ୍ତୁ

    ଭଞ୍ଜନଗର : କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା । ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ, ୧୫ରୁ ଅଧିକ ଆହତ ହୋଇଛନ୍ତି । ବରଗଡ଼ ଠାରୁ ବ୍ରହ୍ମପୁର ଅଭିମୁଖେ ଶ୍ରୀରାମ ନାମକ ଯାତ୍ରୀବାହୀ ବସ୍ ଯାଉଥିଲା । କଳିଙ୍ଗା ଘାଟିରେ ମର୍ମନ୍ତୁଦ ବସ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଜି ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଉଛି ।

    ଘଟଣାସ୍ଥଳରେ ଗଂଜାମ ଓ କନ୍ଧମାଳ ଜିଲ୍ଲାର ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ନିକଟରେ ଭୟଙ୍କର ଭୂସ୍ଖଳନ ଯୋଗୁ କଳିଙ୍ଗା ଘାଟିରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଘାଟିରେ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଉଭୟ ପାର୍ଶ୍ଵରୁ ବ୍ୟାରିକେଡ ହଟାଯାଇଛି। ତେବେ ଗାଡ଼ି ଚଳାଚଳ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳି ନଥିଲେ ମଧ୍ୟ କିଛି ଗାଡ଼ି ଯାଆସ କରୁଥିବା ଦେଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    60 %
    0.4kmh
    99 %
    Mon
    31 °
    Tue
    31 °
    Wed
    32 °
    Thu
    32 °
    Fri
    32 °

    ସମ୍ବନ୍ଧିତ