Thursday, September 19, 2024
23 C
Odisha

    କାହିଁକି ମଶା କାମୁଡିଲେ କୁଣ୍ଡେଇ ହୁଏ

    ଆଗକୁ ପଢନ୍ତୁ

    ମଶା କାମୁଡିଲେ କିଛି ଲୋକଙ୍କ ଦେହ ବହୁତ କୁଣ୍ଡେଇ ହେବା ବେଳେ ଅନେକ ମଶାର ଚୁମ୍ବନ ସମ୍ପର୍କରେ କିଛି ମଧ୍ୟ ଜାଣିପାରନ୍ତି ନାହିଁ । ଆଉ କିଛିଙ୍କ ଦେହରେ ମଶା ଦଂଶନ ପାଇଁ ସାମାନ୍ୟ କୁଣ୍ଡେଇ ହୋଇଥାଏ । ତେବେ ଏମିତି ଭିନ୍ନତାର କଣ କାରଣ ରହିଛି, ସେ ସମ୍ପର୍କରେ କିଛି ଜାଣନ୍ତି କି? ଲୋକଙ୍କ ତ୍ୱଚାରେ ଉପସ୍ଥିତ ଜୀବାଣୁ, ନାକରୁ ବାହାରୁ ଥିବା କାର୍ବନ ଡାଇଅକ୍ସାଇଡ ଗନ୍ଧ ତଥା ପୋଷାକର ରଙ୍ଗ ମଶାଙ୍କୁ ସେମାନଙ୍କ ଆଡକୁ ଆକର୍ଷିତ କରିଥାଏ । ନାଲି, ନାରଙ୍ଗୀ, କଳା ରଙ୍ଗ ମଶାଙ୍କୁ ଅଧିକ ଆକୃଷ୍ଟ କରିଥାଏ । ଏଥିସହ ଲୋକଙ୍କ ଶରୀରର ଗନ୍ଧ ମଧ୍ୟ ମଶାଙ୍କୁ ସେମାନଙ୍କ ଆଡକୁ ଆକର୍ଷିତ କରିଥାନ୍ତି । ତେବେ ମଶା କାମୁଡିଲେ ଲୋକଙ୍କ ଭିତରେ ହେଉଥିବା କୁଣ୍ଡେଇ ହେବାକୁ ନେଇ ଆସନ୍ତୁ ଜାଣିବା, କାହିଁକି କୁଣ୍ଡେଇହେବାକୁ ନେଇ ଥାଏ ଭିନ୍ନତା । ଲାଇଭ ସାଇନ୍ସ ମୁତାବକ, ଆମ ତ୍ୱଚାରେ ସ୍ପର୍ଶ କ୍ଷମତା ରହିଛି । ତେଣୁ ଶରୀରର ବିଭିନ୍ନ ଅଙ୍ଗରେ ହେଉଥିବା ସବୁ ପ୍ରକାର ଗତି ବା କାର୍ଯ୍ୟକୁ ଆମ ଅଲକ୍ଷ୍ୟରେ ମଧ୍ୟ ଆମେ ଜାଣିଥାଉ । ଶରୀରରେ ଗରମ, ଥଣ୍ଡାର ସ୍ପର୍ଶ ଜଣାପଡିବା ପରି । ସେମିତି କିଛି ବାହାର ଜିନିଷ, ଯାହା ଶରୀରରେ ଏଲର୍ଜୀର କାରଣ ହୋଇଥାଏ, ଠିକ ଯେମିତି ଧୂଳି ସଂସ୍ପର୍ଶରେ ଆସିଲେ, କୌଣସି ପୋକ ଛୁଇଁଲେ ଶରୀରରେ ଚିହ୍ନ, ଫୁଲା ପରି ପ୍ରତିକ୍ରିୟା ଦେଖାଦେଇଥାଏ । ସେହିପରି ଏଲର୍ଜି ସୃଷ୍ଟିକାରୀ ପଦାର୍ଥ ରହିଛି ମଶାର ନାଳରେ । ମଶା ଯେମିତି କାମୁଡେ, ତାର ସୁଣ୍ଢ ଦ୍ୱାରା ତାର ନାଳ ଆମ ରକ୍ତରେ ମିଶିଯାଏ । ଫଳରେ ଶରୀରରେ ଥିବା ନ୍ୟୁରାନ୍ସ ଏହି ସଂକେତ ଶରୀରକୁ ଦିଏ ଓ କୁଣ୍ଡେଇ ହେବା ଆରମ୍ଭ କରେ ।
    ତେବେ ରକ୍ତରେ ଥିବା ଶ୍ୱେତ ରକ୍ତ କଣିକା ଇମ୍ଫେକ୍ସନର ମୁକାବିଲା କରିବାରେ ସହାୟକ ହୋଇଥାଏ । କିନ୍ତୁ ଶରୀରର ଶ୍ୱେତ ରକ୍ତ କଣିକାରେ ଥିବା ଜିଡି୩ ନାମକ ତତ୍ୱ ଦ୍ୱାରା ହେଉଥିବା ସ୍ଖଳନ ଏହି କୁଣ୍ଡେଇହେବା ପ୍ରକ୍ରିୟାକୁ ନିୟନ୍ତ୍ରିତ କରିଥାଏ । ଯେଉଁମାନଙ୍କ ଦେହରୁ ଏହି ଜିଡି୩ କ୍ଷରଣ ଅଧିକ ହୋଇଥାଏ ସେମାନଙ୍କୁ ଅଧିକ କୁଣ୍ଡେଇ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ