Thursday, April 2, 2026
26 C
Odisha

    କିଟ୍‍ ଓ କିସ୍‍ ପକ୍ଷରୁ ଓଡ଼ିଶା ଦିବସ ପାଳିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିଟ୍‍ ଓ କିସ୍‍ ପକ୍ଷରୁ ଓଡ଼ିଶା ଦିବସ ପାଳିତ। କିଟ୍‍ ଓ କିସ୍‍ ପକ୍ଷରୁ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କିଟ୍‍ ଓ କିସ୍‍ ପକ୍ଷରୁ ଓଡ଼ିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନର ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଲେ, ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନର ଶହେବର୍ଷ ପୂରଣ କରିବାକୁ ଯାଉଛି ।

    ଇତି ମଧ୍ୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରିଥିବା ବେଳେ ବିଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟ, ଜନଜାତି ସଶକ୍ତିକରଣ, କ୍ରୀଡ଼ା, ସାହିତ୍ୟ, ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରର ବିକାଶରେ କିଟ୍‍ ଓ କିସ୍‍ର ଯୋଗଦାନ ରହିଆସିଛି । ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ବିକାଶ ଧାରାରେ କିଟ୍‍ ଓ କିସ୍‍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ସାମନ୍ତ କହିଥିଲେ । ଓଡ଼ିଆ ଜାତି ଏବେ ସହଯୋଗ ଓ ସୌହାର୍ଦ୍ଦ୍ୟର ପ୍ରତୀକ ହୋଇପାରିଛି ବୋଲି ସେ କହିଥିଲେ ।

    ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ଡା. ସିବିକେ ମହାନ୍ତି, ପ୍ରଫେସର କେ. ଡ଼ି ରାଜୁ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଓଡ଼ିଶା ଦିବସ ଉପରେ ନିଜନିଜର ମତାମତ ରଖି ଓଡ଼ିଶାର ବିକାଶରେ ସମସ୍ତେ ଏକାଠି ହୋଇ ସହଯୋଗର ହାତ ବଢ଼ାଇବାକୁ ପରାମର୍ଶ ଦେଇଥିଲେ । ଶେଷରେ କିଟ୍‍ ଓ କିସ୍‍ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ