Sunday, April 12, 2026
25.3 C
Odisha

    ଖରାଦିନେ ଟ୍ୟାନ ଭଳି ସମସ୍ୟା ପାଇଁ ବ୍ୟବହାର କରନ୍ତୁ ଫିଟିକିରି

    ଆଗକୁ ପଢନ୍ତୁ

    ଗ୍ରୀଷ୍ମଋତୁରେ ସାଧାରଣତଃ ଅନେକ ସମସ୍ୟା ଦେଖାଦେଇଥାଏ । ଖରା ଗରମ ପାଇଁ ଶରୀରରେ ପ୍ରଭାବ ପକାଇଥାଏ । ଖରା କାରଣରୁ ମୁହଁରେ ମଧ୍ୟ ଦାଗ, କଳାପଣ, ଟ୍ୟାନ ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଖରାଦିନେ ସ୍କିନର ଅଧିକ ଯତ୍ନ ଆବଶ୍ୟକ । ବିଶେଷ କରି ସ୍କିନ୍ କେୟାର ଝିଅମାନେ କରିଥାନ୍ତି । ଅନେକ ଜିନିଷ ମଧ୍ୟ ମୁହଁରେ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଫିଟିକିରି ଆମ ମୁହଁକୁ କେତେ ଲାଭ ଦେଇଥାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

    ଗ୍ରୀଷ୍ମ ଋତୁରେ, ସ୍କିନର ଅଧିକ ଯତ୍ନ ଆବଶ୍ୟକ । ପ୍ରଚଣ୍ଡ ଗରମ କାରଣରୁ ସ୍କିନକୁ ଡିହାଇଡ୍ରେସନ୍ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହା ସହିତ, ଝାଳ ଯୋଗୁଁ ସ୍କିନ୍ ସମସ୍ୟା ବଢ଼ିପାରେ। ଏପରି ପରିସ୍ଥିତିରେ, ଫିଟିକିରି କୁ ବିଭିନ୍ନ ଉପାୟରେ ଏବଂ ବିଭିନ୍ନ ସମୟରେ ବ୍ୟବହାର କରିବା ଦ୍ୱାରା ତ୍ୱଚାକୁ ଲାଭ ମିଳିଥାଏ ।

    ଫିଟିକିରିର ଫାଇଦା :

    ଫିଟିକିରି ସ୍କିନ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ମାନାଯାଇଥାଏ । ଏହାକୁ ସ୍କିନ ପାଇଁ ପ୍ରାକୃତିକ ଉପଚାର ବୋଲି ମଧ୍ୟ କୁହାଯାଇଥାଏ । ଏଥିରେ ଆଣ୍ଟିବାୟୋଟିକ୍, ଆଣ୍ଟିସେପ୍ଟିକ୍ ଏବଂ ଆଷ୍ଟ୍ରିଞ୍ଜେଣ୍ଟ୍ ଗୁଣ ଥିବାରୁ ଏହା ସ୍କିନ ପାଇଁ ଲାଭପ୍ରଦ ହୋଇଥାଏ । ଏହା ବ୍ରଣ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟବହାର କରିବା ଦ୍ଵାରା ସ୍କିନକୁ ମଧ୍ୟ ଟାଇଟ୍ କରି ରଖିଥାଏ ।

    କେଉଁ ସମୟରେ ଫିଟିକିରି ବ୍ୟବହାର କରିବା ଉଚିତ୍ :

    ସକାଳେ ଉଠିବା ପରେ:ସକାଳେ ଉଠିବା ପରେ ଆପଣଙ୍କ ମୁହଁରେ ଫିଟିକିରି ଲଗାଇପାରିବେ। ସକାଳେ ଫିଟିକିରି ପାଣିରେ ମୁହଁ ସଫା କରିପାରିବା ଉଚିତ୍ । କାରଣ ଏହା ଚର୍ମକୁ ନରମ କରିଥାଏ ।

    ଗାଧୋଇବା ସମୟରେ: ଆପଣ ଗାଧୋଇବା ସମୟରେ ପାଣିରେ ୨-୩ଚାମଚ ଫିଟିକିରି ପାଉଡର ମିଶାଇ ବ୍ୟବହାର କରିପାରିବେ। ଏହି ପାଣିରେ ଗାଧୋଇବା ଫଳରେ ଆପଣଙ୍କୁ ପୁରା ଦିନ ସତେଜ ଅନୁଭବ ହୋଇଥାଏ ।

    ଖରାବେଳେ : ଯଦି ଆପଣ ଦିନସାରା ସୂର୍ଯ୍ୟ କିରଣରେ ରହି ଘରକୁ ଫେରୁଛନ୍ତି ତେବେ ଫିଟିକିରି ପାଣିରେ ଆପଣଙ୍କ ମୁହଁ ସଫା କରନ୍ତୁ । ଆପଣ ଗୋଲାପ ଜଳରେ ଫିଟିକିରି ମିଶାଇ ଆପଣଙ୍କ ମୁହଁରେ ମଧ୍ୟ ଲଗାଇ ପାରିବେ।

    ରାତିରେ : ରାତିରେ ଶୋଇବା ପୂର୍ବରୁ ମୁହଁ ସଫା କରିବା ସମୟରେ ଆପଣ ଫିଟକିରି ଏବଂ ଆଲୋଭେରା ଜେଲର ଏକ ଫେସପ୍ୟାକ୍ ଲଗାଇପାରିବେ। ଯାହା ଆପଣଙ୍କ ତ୍ଵଚାରେ ଏକ ଚମତ୍କାର ପ୍ରଭାବ ଦେଖାଦେଇଥାଏ । ଏହା ବ୍ୟତୀତ ଏହାର ବ୍ୟବହାର ଫଳରେ ଏହା ଚର୍ମକୁ ସଂକ୍ରମଣଠାରୁ ରକ୍ଷା କରିଥାଏ । ଆପଣ ମେକଅପ୍ କରିବା ପୂର୍ବରୁ ଫିକଟରି ପାଣିରେ ଆପଣଙ୍କ ମୁହଁ ଧୋଇବା ଦ୍ଵାରା ମୁହଁରେ ଖରାପ ଇଫେକ୍ଟ୍ ପଡ଼ିନଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ