Thursday, March 26, 2026
33.1 C
Odisha

    ଖରାଦିନେ ଲେମ୍ବୁ ପାଣି ପିଉଛନ୍ତି କି ? ପିଇବା ପୂର୍ବରୁ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି ସମ୍ପର୍କରେ

    ଆଗକୁ ପଢନ୍ତୁ

    ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଲୋକମାନେ ଥଣ୍ଡା ପାନୀୟ ପିଇବା ଆରମ୍ଭ କରନ୍ତି । ଏଥିମଧ୍ୟରୁ ଗୋଟିଏ ହେଉଛି ଲେମ୍ବୁ ପାଣି ଯାହା ଖରାଦିନ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଅନେକ ଲୋକେ ଖରାଦିନେ ଲେମ୍ବୁ ପାଣି ପିଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି । ଯାହା ଗରମ ସମୟରେ ଆମକୁ ଶାନ୍ତି ପ୍ରଦାନ କରିଥାଏ । ଏହା ଆମର ଏନର୍ଜି ବୁଷ୍ଟର ଏକ ଭଲ ବିକଳ୍ପ । ପ୍ରତ୍ୟେକ ଜିନିଷ ସୀମିତ ପରିମାଣର ଖାଇବା ଏବଂ ପିଇବା ଉଚିତ୍ । ଏହା ଶରୀର ପାଇଁ ଖୁବ୍ ଭଲ ହୋଇଥାଏ କିନ୍ତୁ ଏହାର କିଛି କ୍ଷତି ମଧ୍ୟ ରହିଛି । ଯାହା ଆଜି ଆମେ ଆପଣଙ୍କୁ ଜଣାଇବୁ । ଲେମ୍ବୁ ପାଣି ଖାଇବା ଦ୍ୱାରା ଅସ୍ଥିରତା, ମୁଣ୍ଡ ବୁଲାଇବା ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ  କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା କିଛି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ କରିଥାଏ । କିଛି ଲୋକ ଗ୍ରୀଷ୍ମ ଋତୁରେ ଫଳ ରସ, ସରବତ, ଲେମ୍ବୁ ପାଣି ପିଇଥା’ନ୍ତି ।

    ଏଗୁଡିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଲେମ୍ବୁରେ ଭିଟାମିନ୍ ଏବଂ ମିନେରାଲ୍ସ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ । ଲେମ୍ବୁ ପାଣି ପିଇବାର ଅନେକ ଲାଭ ଅଛି, ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ତେବେ ଲେମ୍ବୁ ପାଣି ପିଇବାର ଲାଭ କ’ଣ ଆସନ୍ତୁ ଜାଣିବା । ପ୍ରତ୍ୟେକ ଘରେ ସର୍ବଦା ଲେମ୍ବୁ ବ୍ୟବହୃତ ହୁଏ । କିଛି ଲୋକ ଏହାକୁ ସାଲାଡରେ ମଧ୍ୟ ଖାଇଥା’ନ୍ତି ଏବଂ କେହି କେହି ଲେମ୍ବୁ ପାଣି କରି ଏହାକୁ ପିଇଥା’ନ୍ତି ।

    ଏହାର ଅନେକ ଲାଭ ଅଛି, ସର୍ବପ୍ରଥମେ ଏହା ଆମର ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଲେମ୍ବୁ ପାଣି ଶରୀରକୁ ହାଇଡ୍ରେଟ୍ ରଖିଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ । ଯଦି କାହାର ଏସିଡ଼ିଟି ଗ୍ୟାସ ସମସ୍ୟା ଥାଏ ତେବେ ସେ ଲେମ୍ବୁ ପାଣି ପିଇବା ଉଚିତ୍ । ଓଜନ ନିୟନ୍ତ୍ରଣ କରିବାରେ ଲେମ୍ବୁ ପାଣି ସାହାଯ୍ୟ କରେ । ଏହା ଶରୀରକୁ ସତେଜତା ଏବଂ ଶକ୍ତି ଦେଇଥାଏ । ତେବେ ଲେମ୍ବୁ ପାଣିର ଉପକାରିତା ସହିତ ଏହାର ଅନେକ କ୍ଷତିକାରକ ଗୁଣ ମଧ୍ୟ ଅଛି, ଯେପରିକି ଲେମ୍ବୁ ପାଣିରେ ଏସିଡ୍ ଥାଏ, ଯେଉଁ କାରଣରୁ ଯଦି ଆପଣ ପ୍ରତିଦିନ ଏହାର ସେବନ କରନ୍ତି, ତେବେ ଏହା ଦାନ୍ତକୁ କ୍ଷତି ପହଞ୍ଚାଇପାରେ ।

    କେବଳ ଏତିକି ନୁହେଁ, ଲେମ୍ବୁ ପାଣିର ଅତ୍ୟଧିକ ବ୍ୟବହାର ହେତୁ କିଛି ଲୋକଙ୍କ ମୁହଁରେ ବ୍ରଣ ମଧ୍ୟ ହୋଇଥାଏ । ଏହାର ଅତ୍ୟଧିକ ବ୍ୟବହାର କିଡନୀ ସମ୍ବନ୍ଧୀୟ ସମସ୍ୟାକୁ ବଢାଇପାରେ । ମନେରଖନ୍ତୁ ଯେ ସେହି ଲୋକମାନେ ଯେଉଁମାନେ କୌଣସି ଔଷଧ ଖାଉଛନ୍ତି ଏବଂ ଡାକ୍ତର ଖଟା ଖାଇବାକୁ ବାରଣ କରିଛନ୍ତି, ତେବେ ଭୁଲରେ ମଧ୍ୟ ଲେମ୍ବୁ ଖାଆନ୍ତୁ ନାହିଁ । ଏହାଦ୍ୱାରା ଆଲର୍ଜି ହେବାର ସମ୍ଭାବନା ବଢିଥାଏ । ଆପଣ ଲେମ୍ବୁ ପାଣି ପିଇ ଅନେକ ଲାଭ ପାଇପାରିବେ, କିନ୍ତୁ ଏହାକୁ ଅତ୍ୟଧିକ ଖାଇବା ଦ୍ୱାରା ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ମଧ୍ୟ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.1 ° C
    33.1 °
    33.1 °
    31 %
    1.9kmh
    0 %
    Thu
    37 °
    Fri
    39 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ