Saturday, March 21, 2026
26.1 C
Odisha

    ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବଢୁଛି ତାତି ।  ଏପ୍ରିଲ ନ ପସୁଣୁ ଖରା ଖଇ ଫୁଟିଲାଣି । ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ ।  ତାତିକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ବାବଦରେ ନିଷ୍ପତ୍ତି ନିଆଯିବ । ଏ ନେଇ ବୈଠକ ବସିବ ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଠକରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଯୋଗଦେବେ । ଏହି ବୈଠକରେ ଖରାକୁ ଦେଖି ସକାଳୁଆ ସ୍କୁଲ କେବେଠୁ ହେବ ସେ ବାବଦରେ ନିଷ୍ପତ୍ତି ନିଆଯିବ । ସକାଳୁଆ ସ୍କୁଲ ନେଇ ସୂଚନା ଦେଇଛନ୍ତି ବିଦ୍ଯାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

    ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ୪୦ ଡିଗ୍ରୀ ମୁହାଁ ପାରଦ । ୧୪ ତାରିଖରୁ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ତାତି ୪୦ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । କାଲିଠାରୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟମ ବୃଦ୍ଧି ପାଇବ ।  ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ଭବାନୀପାଟଣା ତାପମାତ୍ରା ୩୯ ଡିଗ୍ରୀ ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    39 %
    0.7kmh
    81 %
    Sat
    25 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ